ହତ୍ୟା ମାମଲାରେ ସଂପୃକ୍ତ ଥିବା ୩ଅଭିଯୁକ୍ତଙ୍କୁ ସୋସୋ ଅଞ୍ଚଳରୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ସୋସୋ ଥାନା ଅଞ୍ଚଳରେ ଲୁଚିଥିବା ତିନିଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ନିକଟରୁ ମିଳିଥିବା ସୁଚନା ଅନୁଯାଇ ମୁର୍ଷିଦାବାଦ ଜିଲ୍ଲା ବେଇତାଙ୍ଗ ଥାନା ଡାଳୁଆ ଗ୍ରାମରେ ଗତ ୧୦ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିଲା । ଯାହାର ଥାନା କେସନଂ୫୦୯/୨୨ ଅଟେ । ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତଥିବା ତିନିଜଣ ଅଭିଯୁକ୍ତ ଓଡିଶା ପଳାଇ ଆସି ସୋସୋ ଥାନା ଅଞ୍ଚଳର ବରାଙ୍ଗରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ରହୁଥିଲେ । ସେମାନେ ବରାଙ୍ଗ ନିକଟରେ କାମ କରୁଥିବା ଏକ ଠିକାସଂସ୍ଥାରେ ଶ୍ରମିକଭାବେ କାମ କରି ରହିଥିଲେ । ସେମାନଙ୍କ ଟେଲିଫୋନକୁ ଟ୍ରାକିଂ କରି ବେଇତାଙ୍ଗ ଥାନାର ତଦନ୍ତକାରୀ ଅଫିସର ଏସ.ଆଇ ଅତନୁ ଦାସ, ଏସ.ଆଇ ଗୋବିନ୍ଦ, ଏଏସଆଇ ସମ୍ପିତୋ ପ୍ରମୁଖ ଗତକାଲି ସୋସୋ ଥାନା ଅଞ୍ଚଳରେ ପହଞ୍ଚି ଥିଲେ । ସେମାନେ ଗତକାଲି ନିଜ ସ୍କୋର୍ପିଓ ଗାଡିର ନମ୍ବର ପ୍ଲେଟରେ କାଦୁଅ ଲେପି ଦିନସାରା ଏହି ଅଞ୍ଚଳରେ ବୁଲି ବୁଲି ସେମାନଙ୍କୁ ଠାବ କରିବାପରେ ସୋସୋ ପୁଲିସ ସହଯୋଗରେ ଗତକାଲି ରାତିରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତାଙ୍କ ସହିତ ସୋସୋ ଥାନାର ଏସ.ଆଇ ଏସ.କେ ରାଉତରାୟ, ଏ.ଏସ.ଆଇ କେ.ସି ସାମଲ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଆଜି ପଶ୍ଚିମବଙ୍ଗ ପୁଲିସ ଏମ.ଡି ଗୁଳାମା ମୁର୍ତ୍ତାଜ, ତାର ଭାଇ ମୁସ୍ତଫିଜ ରହେମାନ, ଓ ଗୁଲଜାରୀ ଏସକେ ନାମକ ତିଜଣ ବ୍ୟକ୍ତିଙ୍କୁ ଆଗରପଡା ଥାନାକୁ ନେଇ ଡାକ୍ତରୀପରୀକ୍ଷା କରାଇବା ପରେ ପ୍ରଥମେ ହାଟଡିହି କୋର୍ଟରେ ଓ ପୁନର୍ବାର ତହସିଲଦାରଙ୍କ ନିକଟରେ ହାଜର କରାଇ ପଶ୍ଚିମବଙ୍ଗ ନେଇ ଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ