ମୁଦୁଲିପଦାରୁ ଦୋକାନ ଚୋରୀବେଳେ ଧରାପଡିଲା ଚୋର, ପୁଲିସକୁ ଜିମା ଦେଲେ ଲୋକେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ନନ୍ଦିପଦା ଥାନା ଓ ସୋସୋ ଥାନା ଅଞ୍ଚଳରେ ଗତ କିଛିଦିନ ଭିତରେ ୧୫ରୁ ଉଦ୍ଧ ସ୍ଥାନରେ ଚୋରୀ ଘଟଣାମାନ ଘଟୁଥିବାବେଳେ ପୁଲିସ ଚୋରଙ୍କ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି । କିନ୍ତୁ ନନ୍ଦିପଦା ଥାନା ମୁଦୁଲିପଦା ଗ୍ରାମର ଏକ ଦୋକାନରୁ ଗତକାଲି ରାତିରେ ଚୋରୀକରି ପଳାଉଥିବା ସମୟରେ ଜଣେ ଚୋରକୁ ଲୋକମାନେ କାବୁକରିଥିବାବେଳେ ଅନ୍ୟ ମାନେ ଫେରାର ହୋଇଯାଇଛନ୍ତି । ଗ୍ରାମବାସୀମାନେ ଚୋର ନିକଟରୁ ସମସ୍ତ ସୁଚନା ପାଇବାପରେ ଚୋରକୁ ଆଣି ନନ୍ଦିପଦା ଥାନା ପୁଲିସର ଜିମା ଦେଇଛନ୍ତି । ଏକ୍ତ ଚୋରର ଘର ବନ୍ତ ଥାନା ଅଞ୍ଚଳର ବୋଲି ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ପରେଶ କୁମାର ସାହୁଙ୍କ ଗ୍ରୋସରୀ ଦୋକନରୁ ଗତକାଲି ରାତିରେ ଏହି ଚୋରମାନେ ତାଲା ଭାଙ୍ଗି ଭିତରେ ପସି ନଗଦ ୧୦ହଜାର ଟଙ୍କା, ଗୋଟିଏ ଲାପଟପ, ତେଲ ୫ପେଟି, ହରଲିକ୍ସ, ପିସ୍ତା, ମିକ୍ସଚର, ବିସ୍କୁଟ ସମେତ ଅନେକ ସାମଗ୍ରୀ ଲୁଟି ନେଇଥିଲେ । ଏହି ସମୟ ଭିତରେ ପରିବାର ଲୋକେ ଉଠି ଟର୍ଚ୍ଚ ମାରିବାରୁ ଚୋରମାନେ ଦୌଡି ପଳାଇ ଯାଇଥିଲେ । ପନରିବାର ଲୋକେ ତୁରନ୍ତ ପାଟିକରି ଡାକପକାଇବା ସହିତ କିଛି ଗ୍ରାମବାସୀ ସେମାନଙ୍କ ପିଛା କରିଥିଲେ । କିଛି ସମୟ ମଧ୍ୟରେ ସେମାନେ ବନ୍ତ ଦାସସାହି (ପୋଡାପାଟଣା) ଗ୍ରାମର ବବୁଲୁ ଦାସକୁ ଧରିବାରେ ସଫଳ ହୋଇଥିଲେ । ସେ ଗୋଟିଏ ବସ୍ତା ମାଲଧରି ସାଇକେଲରେ ଯାଉଥିଲା । ତାକୁ ଧରି ଗାଁକୁ ଆଣିବାପରେ ସେ ତାର ଜଣେ ସମ୍ପର୍କୀୟ ରାନ୍ଦିଆର ଟିକି, ଓ ତାମ୍ପଳାର ଜଣେ ଏହିପରି ତିନିଜଣ ଏହି ଚୋରୀ କରୁଥିବା ସ୍ୱୀକାର କରିଛି । କିନ୍ତୁ ଅଧିକ ଲୋକ ଏଥିରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ଗ୍ରାମବାସୀମାନେ ବବୁଲ ଦାସକୁ ଧରିବାପରେ ତା ନିକଟରୁ ଅନେକ ସାମଗ୍ରୀ ଉଦ୍ଧାର କରିଥିଲେ । ପରେ ବବୁଲର ସୁଚନା ଆଧାରରେ ଗ୍ରାମବାସୀମାନେ ତାମ୍ପଳା ଗ୍ରାମର ଅକ୍ଷୟ ରାଉଳଙ୍କ ଘରେ ପହଞ୍ଚିବାରୁ ତାଙ୍କ ଘରୁ ଚୋରୀ ଲାପଟପଟିକୁ ଉଦ୍ଧାର କରିଥିଲେ । ଅକ୍ଷୟର ପୁଅ ଏହାକୁ ଗାଁ କ୍ଲବଘର ନିକଟରୁ ଆଜି ସକାଳୁ ପାଇଥିଲା ବୋଲି କହିଥିଲା । ଗ୍ରାମବାସୀମାନେ ବବୁଲକୁ ଆଣି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି । ପୁଲିସ ବବୁଲକୁ ଅଟକ ରଖି ପଚରା ଉଚୁରା କରୁଛି । ଯଦି ଉପଯୁକ୍ତ ତଦନ୍ତ କରେ ତେବେ ଏହି ଅଞ୍ଚଳରେର ଘଟିଥିବା ଅନେକ ଚୋରୀ ଘଟଣାର ପର୍ଦ୍ଦଫାସ ହୋଇ ପାରନ୍ତା ବୋଲି କୁହାଯାଉଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ମାସେ ତଳେ ହାଟଡିହିର ଗଣପତି ମେଡିସିନି ଷ୍ଟୋରରୁ ସ୍କାଏ ଲାଇଟ ଭାଙ୍ଗି ୨୮ଲକ୍ଷ ୨୫ହଜାର ଟଙ୍କା ଲୁଟ କରିଥିବାବେଳେ ପୁଣି ଗତ କିଛିଦିନ ତଳେ ଛେନାପଦି ବଜାରର ୭ଟି ଦୋକାନ ଭଙ୍ଗାଯାଇ ୫୦ହଜା ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ଲୁଟ ହୋଇଥିଲା । ଗତ ଦୁଇଦିନ ତଳେ ବେତିରା ନିକଟରେ ଭଡାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ବାଇକଟି ଘର ଭିତରୁ ଚୋରୀ କରିନେଇଥିଲେ । ସେହପରି ନିକଟରେ କିଛି ମନ୍ଦିର ମାନଙ୍କରୁ ମଧ୍ୟ ଚୋରୀ ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ