ହତ୍ୟା ମାମଲାର ପର୍ଦାଫାସ, ଅଭିଯୁକ୍ତ ଗିରଫ

ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ଚନ୍ଦ୍ର ପରଜା ହତ୍ୟାକାଣ୍ଡ ମାମଲାର ପର୍ଦାଫାସ କରିଛି ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ଏସଡିପିଓ ହରେ କୃଷ୍ଣ ମାଝୀ । ଏହି ହତ୍ୟା ମାମଲାରେ ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର କୁମ୍ଭାର ସାହିର ଜଗନ୍ନାଥ ଗାଧବା (୨୫) । ଜୟପୁର ସହର କୁମ୍ଭାରସାହି ଗାଇ ଫାର୍ମ ସମ୍ମୁଖରେ ଗତ ୨୦ ତାରିଖ ବିଳମ୍ବିତ ରାତ୍ର ରେ ଜୟପୁର ଗୌଡ ସାହି ନିକଟସ୍ଥ ମାଳା ସାହିର ଚନ୍ଦ୍ର ପରଜାର ର ମୁଣ୍ଡ କୁ ପଥରେ ଛେଚି ହତ୍ୟା କରାଯାଇଥିବା ବେଳେ ଶବ ନିକଟରେ ଚପଲ, ବିସ୍କୁଟ ପଡିଥିଲା । ଚନ୍ଦ୍ର ଙ୍କ ବାପା ଭଗବାନ ପରଜା ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ଏହି ମାମଲା ର ତଦନ୍ତ କରୁଥିବା ବେଳେ ୫୧/୨୧ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ବ କରିଥିଲେ । ତଦନ୍ତ ରୁ ଜାଣି ପୋଲିସ ଅଭିଯୁକ୍ତ ଜଗନ୍ନାଥ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଏସଡିପିଓ ହରେ କୃଷ୍ଣ ମାଝୀ ଜୟପୁର ଟାଉନ ଥାନା ରେ ଏଖ ସାମ୍ବାଦିକ ସମ୍ମିଳନି ରେ ସୁଚନା ଦେଇଛନ୍ତି । ସାମାନ୍ୟ ବଚସା ରେ ଏପରି ହତ୍ୟା କାଣ୍ଡ ଘଟିଥିବା ଏସଡିପିଓ ମାଝୀ ସୁଚନା ଦେଇଛନ୍ତି । ସେ ନିକଟରେ ଥିବା ପଥରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ମାନିଥିବା ଏସଡିପିଓ ସୁଚନା ଦେଇଛନ୍ତି । ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୁଚନା ଦେଇଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ