ହଦଗଡ଼ ଓ କେ. ବାଲିପାଳ ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ହଦଗଡ଼ ଓ କେ ବାଲିପାଳ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିଛି। ଏହି ରଥକୁ ଆଜି ଉଭୟ ହଦଗଡ଼ ଓ କେ. ବାଲିପାଳ ପଞ୍ଚାୟତରେ ସ୍ବାଗତ କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ୱାରା ଶଙ୍ଖ ହୁଳହୁଳି ଓ ନାଚ ଗୀତ ମାଧ୍ୟମରେ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଦିଆଯାଇ ସଂକଳ୍ପ ରଥକୁ ସ୍ୱାଗତ କରାଯାଇଥିଲା। ହଦଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ନିରୁପମା ନନ୍ଦିଙ୍କ ଅଧ୍ଯକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା। ସଂକଳ୍ପ ଯାତ୍ରାରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ,ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ରଙ୍କ ସମେତ ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ, ବ୍ଲକ କୋ ଅର୍ଡିନେଟର ସୁଶାନ୍ତ କୁମାର ଜେନା, ବିବେକାନନ୍ଦ ରାଉତ , ସତ୍ୟଜିତ ବେହେରାଙ୍କ ସମେତ ସମ୍ପୃକ୍ତ ପଂଚାୟତର ପିଇଓ ଉମାକାନ୍ତ ସା, ଜିଆରଏସ ଗୋଲେଖ ନାଏକ ପ୍ରମୁଖ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ଏଲ୍ଇଡି ମାଧ୍ୟମରେ ମୋଦି ସରକାରଙ୍କ ବିଭିନ୍ନ ଜନ ଜନହିତକର ଯୋଜନା ଗୁଡ଼ିକ ସମ୍ପର୍କିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା। ଏଥିସହିତ ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କିତ ସଚେତନା କରାଯିବା ସହିତ ଅନେକ ମହିଳାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଲୋକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ଲିପିବଦ୍ଧ କରାଯାଇ ସେ ସବୁର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାର ବ୍ୟବସ୍ଥା କରାଯାଇ ଥିଲା। ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା, ଅନେକ ଲୋକ ଗ୍ୟାସ ପାଇ ନଥିବା ଆଦି ଅଭିଯୋଗ କରିଥିଲେ। ସେହିପରି କେ ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି ନେତୃମଣ୍ଡଳୀଙ୍କ ସହିତ ସରପଞ୍ଚ କୁନ୍ତଳା ନାଏକ, ପିଇଓ ଅମୀୟ ମାଝୀ, ଜି.ଆର.ଏସ ବିନୟ କୁମାର ମଲ୍ଲିକଙ୍କ ସହ ଏମ୍ବିକେ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଶତାଧିକ ଏସ.ଏଚ.ଜି ସଦସ୍ୟାମାନେ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଭାରତ ବର୍ଷକୁ ବିକାଶ ପଥରେ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ ।