ହଦଗଡ ଓ ଗଡଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଦୁଇଟି ପର୍ଯ୍ୟଟନ କ୍ଷେତ୍ର ଯଥା ଗଡଚଣ୍ଡୀ ଓ ହଦଗଡ ପୀଠରେ ଆଜି ବଡଦିନ ଅବସରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ବୁଧବାର ଥିବାରୁ କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ସହିତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ପ୍ରବଳ ଭିଡ ଜମାଇଥିଲେ । ବିଶେଷକରି ହଦଗଡରେ ବହୁ ସଂଖ୍ୟକ ପର୍ଯ୍ୟଟକ ଭୋଜିଭାତ କରି ନାଚ ଗୀତରେ ମସଗୁଲ ଥିବାବେଳେ ପର୍ଯ୍ୟଟନ ସ୍ଥଳୀଟି କମ୍ପି ଉଠିଥିଲା । ଗଡଚଣ୍ଡୀ ପୀଠରେ ମଧ୍ୟ ଶ୍ରଦ୍ଧାଳୁମାନେ ମା ଗଡଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରି ମାଙ୍କ ଆଶିଷ କାମନା କରୁଥିବାବେଳେ ବଣ ଭିତର ଶହଶହ ପର୍ଯ୍ୟଟକ ଭୋଜିଭାତରେ ମସଗୁଲ ଥିଲେ । ଗଡଚଣ୍ଡୀ ପୀଠରେ ଗଡଚଣ୍ଡୀ ଯୁବ ପରିସଦ ଓ ସୋସୋ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉ ଥିବାବେଳେ ହଦଗଡ ଠାରେ ସ୍ଥାନୀୟ ଯୁବକ ମାନଙ୍କ ସହିତ ଶାନ୍ତି ଶୃଙ୍ଖଳା ପାଇଁ ସୋସୋ ପୋଲିସ ପକ୍ଷରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।