ହଦଗଡ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

ହାଟଡ଼ିହି : ହାଟଡିହି ବ୍ଲକରେ ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ହଦଗଡ ପଞ୍ଚାୟତର ହାଇସ୍କୁଲ ଠାରେ ଦୁଇଟି ୱାର୍ଡ ଖୋଲାଯାଇ ୫୦ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ହଦଗଡ ସରପଞ୍ଚ ଅଶୋକ ଯେନା, ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ଗୋଲେଖ କିହାରୀ ନାୟକ, ନାଏବ ସରପଞ୍ଚ ପଦ୍ମନାଭ ନାୟକ, ଅର୍ଜୁନ ନାୟକ, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦୀ, ସମାଜସେବୀ ଦୁର୍ଗା ମୁର୍ମୁ, ଚୌକିଦାର ସ୍ୱରୁପ ନାୟକ ପ୍ରମୁଖ ଉପସ୍ଥିତ ରହି ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରୁଛନ୍ତି । ସେହିପରି ସରକାରଙ୍କ ପକ୍ଷରୁ ବାବା ଶୈଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଶହେଜଣ ଅସହାୟଙ୍କୁ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ