ହନିୱେଲ୍ ପାୱାର ଔରଙ୍ଗାବାଦ୍ ଏବଂ ଫରିଦାବାଦ୍ ସ୍ମାର୍ଟ ସିଟିପ୍ରକଳ୍ପରେ କାର୍ଯ୍ୟ କରିବ
ଜନସାଧାରଣଙ୍କ ଜୀବନ ଶୈଳୀରେ ଆବଶ୍ୟକ ପରିବର୍ତନ ପାଇଁ ହନିୱେଲ ପକ୍ଷରୁ ଔରଙ୍ଗାବାଦ୍
ଇଣ୍ଡଷ୍ଟି୍ରଆଲ୍ ଟାଉନଶିପ୍ ଲିଃ. ଏବଂ ଫରିଦାବାଦ୍ ସ୍ମାର୍ଟ ସିଟି ଲିଃ.ର ବିକାଶ କାର୍ଯ୍ୟକ୍ରମ ହାତକୁ
ନିଆଯାଇଛି । ଏହା ସ୍ମାର୍ଟ ବିଲ୍ଡିଂକୁ ପାୱାର ଯୋଗାଣ କାର୍ଯ୍ୟ କରିବ । ଏହା ସହିତ ବହୁବିଧ ଚିନ୍ତାମୁକ୍ତ ସ୍ମାର୍ଟ
ସିଯି ସେବା ମଧ୍ୟ ଉପଲବ୍ଧ କରାଇବ ।
ବିଭିନ୍ନ ସେବା ମଧ୍ୟରେ ଆପାକ୍ରାୀନ ସେବା, ଟ୍ରାଫିକ୍ ପରିଚାଳନା, ରାସ୍ତା ଜାମ୍ ନିରାକରଣ, ଭିଡ଼ ମନିଟରିଂ,
ପଦଯାତ୍ରୀଙ୍କ ସୁରକ୍ଷା ଏବଂ ଅପରାଧ ରୋକିବା ଆଦି କାର୍ଯ୍ୟ ସମ୍ପନ୍ନ କରାଯିବ ।
ଔରଙ୍ଗାବାଦ୍ ଇଣ୍ଡଷ୍ଟି୍ରଆଲ୍ ଟାଉନଶିପ୍ ଲିଃ. ଏବଂ ଫରିଦାବାଦ୍ ସ୍ମାର୍ଟ ସିଟି ଲିଃ.ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ । ଭାରତର ୧୦୦ଟି ସହରର ଆର୍ଥିକ ବିକାଶ ପାଇଁ
ଆଧୁନିକ ଜ୍ଞାନକୌଶଳ ଆଧାରରେ ସ୍ମାର୍ଟସିଟି ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହି ଅବସରରେ ହନିୱେଲ୍ ଇଣ୍ଡିଆର ସଭାପତି ଅକ୍ଷୟ ବେଲାରେ କହିଲେ, “ଦେଶର ୧୦୦ଟି ସ୍ମାର୍ଟ
ସିଟି ବିକାଶ କାର୍ଯ୍ୟ ହନିୱେଲ ଗ୍ରହଣ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଔରିକ୍ ଏବଂ ଫରିଦାବାଦ୍
ସହରର ବିକାଶକୁ ଅଧିକ ରୁଦ୍ଧିମନ୍ତ କରାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହା ଭାରତ ସହିତ
ବିଶ୍ୱରେ ମଧ୍ୟ ଖ୍ୟାତି ହାସଲ କରିବାକୁ ସକ୍ଷମ ହେବ ବୋଲି ଆଶା ରହିଛି ।
ଜାତିସଂଘ ଅନୁସାରେ ଭାରତ ରବିଭିନ୍ନ ସହରରେ ୨୦୫୦ ସୁଦ୍ଧା ୪୧୬ ନିୟୁତ ଲୋକ ଅତିରିକ୍ତ
ଭାବେ ବାସ କରିବେ । ଏହାଦ୍ୱାରା ଗ୍ରାମାଂଳର ଜନସଂଖ୍ୟା କମିବ । ୨୦୩୦ ସୁଦ୍ଧା ଭାରତରେ ସହର
ବିକାଶ କାର୍ଯ୍ୟକ୍ରମରେ ୧ ଟ୍ରିଲିୟନ୍ ଡଲାର ବିନିଯୋଗ ହେବ । ସେହିପରି ଏହି ଦୁଇ ସହରର ୮.୪୫
ବର୍ଗ କିମିରେ ଆଗାମୀ ଦିନରେ ଅପ୍ଟିକାଲ ଫାଇବର ବିଛାଯିବ । ଏହା ସହିତ ସିସିଟିଭି କ୍ୟାମେରା, ୱାଇ-
ଫାଇ ସୁବିଧା, ଆଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଆଦି ଉପଲବ୍ଧ କରାଯିବ ।
ଏହା ସହିତ ଟ୍ରାଫିକ୍ ପରିଚାଳନା, ଶକ୍ତି ପରିଚାଳନା, ଜଳ ପରିଚାଳନା, ପରିବେଶ ସଂରକ୍ଷର, ସୁରକ୍ଷା
ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟôସ୍ଥା, ସୋଲାର ପ୍ୟାନେଲ ସ୍ଥାପନ, ବହୁବିଧ ସେବା ପ୍ରଦାନକାରୀ
ଡିଜିଟାଲ କିଓସ୍କୋ, ବର୍ଜ୍ୟ ପରିଚାଳନା ଆଦି ସମ୍ପନ୍ନ ହେବ । ଏହା ସହିତ ଫେସିଆଲ୍ ଚିହ୍ନଟ ପ୍ରଣାଳୀ,
ସ୍ୱୟଂଚାଳିତ ନମ୍ବରପ୍ଲେଟ୍ ଚିହ୍ନଟ ପ୍ରଣାଳୀ, ରେଡ୍-ଲାଇଟ୍ ଭାଓଲେସନ୍ ଚିହ୍ନଟ ପ୍ରଣାଳୀ ,ସ୍ମର୍ଟ ପାକିଂ, ସ୍ମାର୍ଟ
ରୋଡ୍ ଏବଂ ସାଇବର ସୁରକ୍ଷା ଆଦିକୁ ଗୁରୁତ୍ୱ ଦିଆଯିବ ।
ହନିୱେଲ ଆସ୍ତା ୩୦ ବର୍ଷ ଧରି ୧୦୦ଟି ସ୍ମାର୍ଟ ସିଟି ମିଶନ୍ରେ କାର୍ଯ୍ୟ କରିବ ।
ହନିୱେଲ୍ ବିଲ୍ଡିଂ ଜ୍ଞାନକୌଶଳ ବିଶ୍ୱସ୍ତରରେ କାର୍ଯ୍ୟକରୁଛି । ଏଥିରେ ୨୩,୦୦୦ କର୍ମଚାରୀ କାର୍ଯ୍ୟ
କରୁଛନ୍ତି । ଏହା ଇତିମଧ୍ୟରେ ୧୦ ନିୟୁତ ବିଲ୍ଡିଂ ନିର୍ମାଣ କରି ସାରିଛି ।
ସୂଚନା ଯୋଗ୍ୟ ଯେ, ହନିୱେଲ୍ ଫର୍ଚୁ୍ୟନ୍ ୧୦୦ ଟୋକ୍ନୋଲୋଜି କମ୍ପାନି ଭାବରେ ବିଶ୍ୱର ବିଭିନ୍ନ
ରିଫାଇନାରୀ, ବିକଳ୍ପ ଶକ୍ତି କ୍ଷେତ୍ର, ପଲପ୍ ଏବଂ ପେପର ଶିଳ୍ପ, ଶକ୍ତି ସଂଚରଣ କ୍ଷେତ୍ର, କେମିକାଲ୍ ଏବଂ
ବାୟୋକେମିକାଲ୍, ବାୟୋଫୁଏଲ୍, ଲାଇଫ୍ ସାଇନ୍ସ. ମେଟାଲ୍, ମିନେରାଲ୍ ଏବଂ ମାଇନିଂ ଶିଳ୍ପରେ ଏହାର
ଜ୍ଞାନକୌଶଳ ଉପଯୋଗ କରିଛି । ଏହା ବିଶ୍ୱ ବ୍ୟାପି ଏରୋପ୍ସେସ୍ ଉପôାଦ ଏବଂ ସେବା ଉପଲବ୍ଧ
କରାଇଥାଏ ଏବଂ ବିଲଡିଂ, ବାସଗୃହ ଏବଂ ଶିଳ୍ପ କ୍ଷେତ୍ର, ଟ୍ରୁବୋଚାର୍ଜର୍ କ୍ଷେତ୍ରରେ କଂଟ୍ରୋଲ୍
ଟୋକ୍ନୋଲୋଜି ସ୍ଥାପିତ କରାଇଥାଏ । ସେହିପରି ପାଲୋ ଅଲଟୋ ନ୍ଟେୱାର୍କ ନେକ୍ସଟ୍ ଜେନେରେସନ୍
ସୁରକ୍ଷା ପ୍ରଣାଳୀ ଉପଲବ୍ଧ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ବିଶ୍ୱବ୍ୟାପି ଶିଳ୍ପ ଜଗତରେ
ସୁରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା ସହିତ ଦୈନଦିନ କାର୍ଯ୍ୟକୁ ସୁଗମ କରି ସାଇବର ଆକ୍ରମଣ କ୍ଷେତ୍ରରେ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥାଏ । ହନିୱେଲ୍ ପକ୍ଷରୁ ୟୁଓପି ଜ୍ଞାନକୌଶଳ ଆଧାରରେ
ବିଶୋଧନାଗାର ସ୍ଥାପିତ ହୋଇଥିବାବେଳେ ସମ୍ପ୍ରତି ଚେନ୍ନାଇ, ଡେରାଡୁନ୍, ଗୁରୁଗାଓଁ, ପୁଣେ ଏବଂ
ବଡୋଦାରା ପ୍ରଭୃତି ସାତଟି ମାନୁ୍ୟଫାକଚରିଂ କେନ୍ଦ୍ର ସ୍ଥାପିତ ହୋଇଥିବାବେଳେ ବାଙ୍ଗାଲୁର୍ , ଗୁରୁଗାଓଁ
,ହାଇଦ୍ରାବାଦ୍, ପୁଣେ ତଥା ମଦୁରାଇ ଠାରେ ଶାଖା ସ୍ଥାପନ କରାଯାଇଛି । ଦେଶର ୫୦ଟି ସ୍ଥାନରେ
୧୩,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।


