ହନୁମାନ ଜୟନ୍ତିରେ ପଣା ବଂଟନ
ହିଂଜିଳିକାଟୁ ତା (ଶେଷଷଦବ ସାହୁ) : ହିଂଜିଳିକାଟୁ ସହରରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହ ହନୁମାନ ଜୟନ୍ତି ପାଳନ କରାଯାଇଅଛି । ସ୍ଥାନୀୟ ପୌରାଂଚଳର ବଇଁଚବଣିଆ, ହିଂଜିଳି, ବଡ଼ରଙ୍ଗଣି ସାହି ଓ ମେଣ୍ଢାଖାଇ ପାହାଡ଼ରେ ଅବସ୍ଥିତ ହନୁମାନ ମନ୍ଦିର ଗୁଡ଼ିକରେ ଚାଳିସା ପାଠ ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ସ୍ୱେଛାସେବି ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବଇଁଚବଣିଆ, ସିନେମାହଲ ଛକ, ରଜାସାହି ବସଷ୍ଟାଣ୍ଡ,ପାଟଣାସାହି, ବ୍ଳକ ଛକ, ଆରଏମସି ଛକ , ହିଂଜିଳି, ତରାତାରିଣୀ ସମେତ ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଶୀତଳ ପାନୀୟ ଜଳ ସମେତ ଚହ୍ଲା, ଦହିପଣା, ସରବତ ଓ ବିଭିନ୍ନ ରକମର ପଣା ବଂଟନ କରାଯାଇଥିଲା ।


