ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇ ସହିଦ ସୁଶାନ୍ତଙ୍କ ପାଇଁ ବିଜେପି ପକ୍ଷରୁ ଦ୍ୱୀପଦାନ

ହାଟଡିହିି, (ବିକାଶ ବିଶ୍ୱାଳ):ବିଜେପି ପକ୍ଷରୁ ଆଜି ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅବସରରେ ମରୈଗାଁ ଛକ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ଜଳକଳଙ୍ଗ, ହାଟଡିହି, ଅଣା ଓ ଛେନାପଦିଛକ ପରିକ୍ରମା କରିବା ସହିତ ମୋଦୀଜୀଙ୍କ ଆହ୍ୱାନକ୍ରମେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଆଗାମି ସ୍ୱାଧିନତା ଦିବସ ଅବସରରେ କିପରି ସମସ୍ତ ଭାରତୀୟ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ମହତ୍ୱକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ ଧ୍ୱନୀଦେଇ ବଜାର ସବୁ ପରିକ୍ରମା କରିଥିଲେ । ଏହି ଅବସରରେ ଆନନ୍ଦପୁର ମାଟିର ବୀରପୁତ୍ର ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭାରତୀୟ ଜନତାପାର୍ଟି ପକ୍ଷରୁ ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ଦ୍ୱୀପଦାନ କରାଯାଇଥିଲା । ସହିଦ ସୁଶାନ୍ତ ଖୁଣ୍ଟିଆ ଅମର ରହେ ଧ୍ୱନୀ ଦେଇ ବିଜେପି କର୍ମମାନେ ବଜାର ପରିକ୍ରମା କରିବାପରେ ମା ତାରିଣୀଙ୍କ ନିକଟରେ ସମୁହ ଦ୍ୱୀପଦାନ କରି ସହିଦ ସୁଶାନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏପରି ଜଣେ ବୀର ଜୱାନଙ୍କୁ ପାଇ ଆଜି ଆନନ୍ଦପୁର ମାଟି ଗର୍ବିତ ବୋଲି ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏଥିରେ ବିଜେପିର ବରିଷ୍ଠନେତା ହରମୋହନ ଶାସିନି, ସୁଶାନ୍ତ ଜେନା, ବଳଭଦ୍ର ବାରିକ, ଟୁକୁନା ମହାନ୍ତ, ଶଶିକାନ୍ତ ରାଉତ, ନିର୍ମଳ ଦେହୁରୀ, ଅଧର ବେହେରା, ରମାକାନ୍ତ ପଢ଼ିଆରୀ, ପ୍ରଶାନ୍ତ ମହାପାତ୍ର, ପ୍ରାଣବନ୍ଧୁ ସାହୁ, ସୁନିଲ ନାୟକ, ରାଜେଶ ଜେନା, ଟିକିନା ଜେନା, ଜଗତଜୀବନ ଦେବତା, ତପନ ପାତ୍ର, ପବିତ୍୍ର ମହାନ୍ତ, ସୁରେନ୍ଦ୍ର ବିଶ୍ୱାଳ, କୃଷ୍ଣଚନ୍ଦ୍ର ଜେନା, ସୁଭାଦ୍ରୀ ବଳିୟାର ସିଂ, ଚଗୁଲୁ ମଣ୍ଡଳ, ରୁଦ୍ର ପ୍ରସାଦ, ବଳରାମ ଜେନା, ନିତ୍ୟାନନ୍ଦ ବେହେରା, ଶେକ ମୁସ୍ତାକ, ରାଜେନ୍ଦ୍ର ଦାସ, ରମାକାନ୍ତ ଶଙ୍ଖୁଆ, ଅମର ଜେନା, ହୃଦାନନ୍ଦ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ