ହଳଦୀପଦା ବହୋତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଥମ ଥର ପାଇଁ ଆୟୋଜିତ ହଳଦୀପଦା ମହୋତ୍ସବରେ ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟଖ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ମୁଖ୍ୟ ବକ୍ତା ଡ.କୁମାର ଚନ୍ଦ୍ର ମିଶ୍ର ଓ ବରେଣ୍ୟ ଅତିଥି ଭାବେ ଏସଡିପିଓ ଜଳନ୍ଧର ଜାଲି, ପ୍ରଫେସର ଲିଙ୍ଗରାଜ ନାୟକ ସମାଜସେବୀ ବିକ୍ରମ ପଣ୍ଡା ସମାଜସେବୀ ଦିଲୀପ ସାହୁ, ଡ. ଦେବାଶିଷ ମିଶ୍ର ସମାଜସେବୀ ସୁମନ୍ତ ଜେନା, ସଭାପତି ଅଜୟ କୁମାର ଜେନା, ଡ.ପ୍ରତାପ ଚନ୍ଦ୍ର ସାମଲ, ମନୋଜ କର୍ଣ୍ଣାଣୀ ପ୍ରମୁଖ ଯୋଗ ଦେଇ ଭାଷା, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା, ପ୍ରତିଭା ବିକାଶ କ୍ଷେତ୍ରରେ ମହୋତ୍ସବର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଚନ୍ଦ୍ରଶେଖର ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଚୈତନ୍ୟ କୁମାର ସାହୁଙ୍କୁ ବୃକ୍ଷମିତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ସଂନ୍ଧ୍ୟାରେ ଲକ୍ଷ୍ମୀଧର ଜେନାଙ୍କ ସଂଯୋଜନାରେ ତଥା ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୁପକୁମାର ଦାସ ମୁଖ୍ୟ ଅତିଥି, ‘ସମୟର ଚକ୍ର’ ସମ୍ପାଦକ ସର୍ବେଶ୍ୱର ଜେନା ମୁଖ୍ୟ ବକ୍ତା, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସଂଜୟ କୁମାର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ବରଦା ପ୍ରସନ୍ନ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ବରେନ୍ଦ୍ର ସେଠୀ, ରାଇସୁଆଁ ସରପଞ୍ଚ ଅଜିତ ମହାପାତ୍ର, ସମିତି ସଭ୍ୟ ଦୀପକ ଜେନା, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ଦେ, ଶ୍ରୀକାନ୍ତ ନାୟକ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଶୀତିକଣ୍ଠ ସାହୁଙ୍କୁ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା । ବିବେକାନନ୍ଦ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏଥି ସହିତ ସ୍ଥାନୀୟ ନୃତ୍ୟ ଶିଳ୍ପୀ ତଥା କୁନି କୁନି ପ୍ରତିଭାଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଆସନ୍ତାକାଲି ଉଦଯାପିତ ହେବ ବୋଲି ଆୟୋଜକ କମିଟଇ ପକ୍ଷରୁ କୁହାଯାଇଛି ।


