ସଦର ନିର୍ବଚାନମଣ୍ଡଳୀରେ ବିଜେପିର ପ୍ରବାସ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ବିଜେପି ପକ୍ଷରୁ ଏବେ ସବୁଠି ଚାଲିଛି ପ୍ରବାସ କାର୍ଯ୍ୟକ୍ରମ । ବାଲେଶ୍ୱର ଜିଲା ପରିଷଦର ୨୮ନଂରେ ମଣ୍ଡଳ ସଭାପତି ତପନ କୁମାର ଗିରି ଓ ୨୬ନଂ ମଣ୍ଡଳ ସଭାପତି ଅନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ରୂପସା ଏବଂ ଚାନ୍ଦିପୁର ମଣ୍ଡଳରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସକାଳେ ହଳଦୀପଦା ଠାରେ ରୂପସା ମଣ୍ଡଳ ବୈଠକ ଓ ଅପରାହ୍ନରେ ଶ୍ରୀକୋଣା ଠାରେ ଚାନ୍ଦିପୁର ମଣ୍ଡଳ ବୈଠକ ଆୟୋଜିତ ହୋଇଥିଲା ।ଏହି ପ୍ରବାସ କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ଯୋଗଦେଇ ସାଙ୍ଗଠନିକ ଧାରା ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରେ ଉପକୃତ ହୋଇ ପାରୁନାହାନ୍ତି ବୋଲି ସେମାନେ କହିଛନ୍ତି । ବିଶେଷ କରି କେନ୍ଦ୍ର ପ୍ରଦତ୍ତ ପ୍ରଧାନମନ୍ତ୍ରୀ ଆବାସରେ ରାଜ୍ୟ ସରକାରଙ୍କ ଲୋଗୋ ଲଗାଯିବା, କୃଷିରୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନପାରି ଚାଷୀମାନେ କ୍ଷତି ସହିବା ଉପରେ ସେମାନେ ଆଲୋଚନା ସହ ଏ ବାବଦରେ ଲୋକଙ୍କୁ ସଚେତନ କରିବାକୁ ସେମାନେ ବୈଠକରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମ୍ମରେ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବେହେରା ଓ ଗଙ୍ଗାଧର ରାଉତ, ମଣ୍ଡଳର ସାଧାରଣ ସମ୍ପାଦକ ଅନନ୍ତ ନାୟକ ଓ ହରେନ୍ଦ୍ର ପ୍ରଧାନ, କୁରାଢ଼ିହା ସରପଞ୍ଚ ନିରଞ୍ଜନ ଧଳ, ସାରଗାଁ ସମିତିସଭ୍ୟ ସୂର୍ଯ୍ୟକାନ୍ତ ମିଶ୍ର, ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ଚାଟାର୍ଜୀ, ରାଜ୍ୟ ଯୁବମୋର୍ଚ୍ଚା ସହ ସଂଯୋଜକ ବିକାଶ ପାଢୀ, ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ସଦାଶିବ ଜେନା, ନିରଞ୍ଜନ ଜେନା, ବିଜୟ ସାହୁ, ଉମାକାନ୍ତ ପ୍ରଧାନ, ବିକାଶ ମାଇତି, ଶ୍ରୀଧର ବେହେରା, ରାଧାକୃଷ୍ଣ ମାଝୀ, ରଞ୍ଜିତ ଦାସ ସହିତ ସମସ୍ତ ମଣ୍ଡଳ ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


