ହାଇକୋର୍ଟଙ୍କ ନିର୍ଦେଶରେ ଜମିଜମା ମାପ କରାନଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେବି ତହସିଲ ପକ୍ଷରୁ ଜମିଜମାର ସଠିକ ମାପ କରାନଯିବା ପ୍ରତିବାଦରେ ଏକ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଡେରାବିଶି ତହସିଲ ଅନ୍ତର୍ଗତ ବସପୁର ମୈାଜାର ପଦ୍ମ ଚରଣ ବାରିକଙ୍କ ପୁଅ ନାରାୟଣ ବାରିକଙ୍କ ସେହି ମୈାଜାରେ ଥିବା ଖାତା ନମ୍ବର – ୩୫୩ ଓ ପ୍ଲଟ ନମ୍ବର -୧୩୬କୁ ଚିହ୍ନଟ କରାଯିବା ପାଇଁ ସେ ଡେରାବିଶି ତହସିଲ କାର୍ଯ୍ୟାଳୟରେ ଗତ ୨୦୧୮ ମସିହା ଜୁନମାସ ୨୮ତାରିଖରେ ନିର୍ଦ୍ଧାରିତ ଫିସ ଦାଖଲ କରି ଦୀର୍ଘବର୍ଷ ଦୈାଡି ଦୈାଡି ସେଠାରୁ ନିରାଶ ହେବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ହାଇକୋର୍ଟଙ୍କ ନିର୍ଦେଶ ପରେବି ତହସିଲ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରେ ସେ ପୁନର୍ବାର ହାଇକୋର୍ଟରେ ଏକ କଂଟେମେଂଟ ମାମଲା ଦାୟର କରିବାରେ ସେହି ମାମଲାର ବିଚାର କରି ଓଡିଶା ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ତହସିଲ ପକ୍ଷରୁ ଗତ ୨୦୨୦ମସିହା ଡିସେମ୍ବରମାସ ୧୭ତାରିଖରେ ସଂପୃକ୍ତ ପ୍ଲଟର ସୀମା ନିର୍ଦ୍ଧାରଣ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତହସିଲରୁ ଯାଇଥିବା ଅମୀନ ସଠିକ ଭାବରେ ସୀମା ନିର୍ଦ୍ଧାରଣ କରିପାରିନଥିବା ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ନାରାୟଣଙ୍କ ସେହି ଜମି ଉପର ଦେଇ ବାଲି ସଇରାତକୁ ଯାଉଥିବା ଭାରୀଯାନ ଦ୍ୱାରା ତାଙ୍କର ପ୍ରଭୁତଃ କ୍ଷତିସାଧନ ହେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ବାରମ୍ବାର ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିବା ପରେବି ତାଙ୍କ ସମସ୍ୟାର କୈାଣସି ସମାଧାନ ନହେବାରେ ସେ ବାଧ୍ୟ ହୋଇ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । ସେ ଆଜି ସେଠାରେ ଆତ୍ମାହୁତି ଦେବାକୁ ଉଦ୍ୟତ ହେଉଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଁଚି ତାଙ୍କୁ ସେଥିରୁ କ୍ଷାନ୍ତ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ