ବିଶ୍ୱଶାନ୍ତି ଗୀତାଯଜ୍ଞ ପାଇଁ କଳଶ ଶୋଭାଯାତ୍ରା

ହାଟଡ଼ିହି,(ବିକାଶ ବିଶ୍ୱାଳ ) : ସୋସୋ ଠାରେ ୪ଦିନ ଧରି ଚାଲିବାକୁ ଥିବା ବିଶ୍ୱଶାନ୍ତି ଗୀତାଯଜ୍ଞ ପାଇଁ ଆଜି ଶାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଛି । ରାଧାଶ୍ୟାମ ମଲ୍ଲିକ, ଚିତ୍ତ ରାଉତ, ଗୋପବନ୍ଧୁ ରାଉତ, ମସନ୍ତ ମହାନ୍ତି, ସୁରେନ୍ଦ୍ର ପତି, ଦାମୋଦର ରାଉତ, ନରୋତ୍ତମ ରାଉତ, ଆନନ୍ଦ ସିଂ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ କମିଟି ସଭାପତି ଦୀନବନ୍ଧୁ ପହି, ଉପସଭାପତି ରମେଶ ମହାନ୍ତି, କୋଷାଧ୍ୟକ୍ଷ ରବିନ୍ଦ୍ର ରାଉତ, ନିତ୍ୟାନନ୍ଦ ସିଂ, ବାବୁଲି ସିଂ, ବୈଲୋଚନ ନାୟକ, ଟୁକୁ ରାଉତ, ଆନନ୍ଦ ଚନ୍ଦ୍ର ନାୟକ, ବିନୋଦ ପହି, ରଙ୍ଗାଧର ସିଂ, ବାବୁଲା ପହି, ଗିରିଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏଥିପାଇଁ ଗାଁଟି ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ଉଠା ଦୋକାନୀ ମାନେ ପସରା ମେଲାଇ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ