ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୋଲିସ କରିବ କୋର୍ଟରେ ହାଜର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ହରଡ ଘଣାରେ ଏବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ. ଉଚ୍ଚ ନ୍ୟାୟଳୟରେ ଶିକ୍ଷା ଅଧିକାରୀ ନିଜେ ହଜାର ହେବା ପାଇଁ କୋର୍ଟଙ୍କ ତିନି ତିନି ଥର ଆଦେଶ ପରେ ମଧ୍ୟ କୋର୍ଟରେ ହାଜର ହୋଇ ନଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ. ଯାହା ତାଙ୍କୁ ଏବେ ମହଙ୍ଗା ପଡ଼ିଛି. ଶ୍ରୀ ସେଠୀ ଙ୍କୁ ଉଚ୍ଚ ନ୍ୟାୟଳୟ ଏବେ ହାଜର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି. ସୂଚନା ମୁତାବକ ଖାନୁଆ ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ଅଜିତ ମିଶ୍ର ହାଇକୋର୍ଟ ରେ ଡବ୍ଲ୍ୟୁ. ପି. ସି. ନଂ 10252/2014ରେ ମାମଲା ଦାଏର କରିଥିଲେ. ଏହି ମାମଲାରେ ଶ୍ରୀ ସେଠି 3ଥର ନୋଟିସ ସତ୍ୱେ କୋର୍ଟ ରେ ହାଜର ହୋଇ ନଥିଲେ. ଏ ଘଟଣା ଜିଲ୍ଲାରେ ପ୍ରଚାରିତ ହେବା ପରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି. ତେବେ ଏ ଘଟଣା ସମ୍ପର୍କରେ ଜଣା ପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଜଣେ ଅଣତାଲିମପ୍ରାପ୍ତ ଶିକ୍ଷୟତ୍ରୀ ତାଙ୍କ ଦରମା ସମ୍ବନ୍ଧରେ ମାନ୍ୟବର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ପାଉଥିବା ବେଳେ ଅନେକ ଦିନ ଧରି କାର୍ଯ୍ୟ କରିଥିବାରୁ ତାଙ୍କୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ଦିଆଯାଉ ବୋଲି କୋର୍ଟରେ ଏକ ମାମଲା ରୁଜୁ କରିଥିଲେ. ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତିନି ତିନି ଥର କୋର୍ଟରେ ହାଜର ହେବ ପାଇଁ ସମନ ଜାରୀ ହୋଇଥିଲେ ସୁଦ୍ଧା ଶ୍ରୀ ସେଠୀ କୌଣସି କାରଣ ବଶତଃ କୋର୍ଟ ରେ ଉପସ୍ଥିତି ହୋଇ ପାରି ନଥିଲେ. ନିଜେ ଶିକ୍ଷା ଅଧିକାରୀ କହିଛନ୍ତି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ କୌଣସି ପ୍ରକାର ଅବମାନନା କରାଯାଇନାହିଁ. ନିଜ ତରଫରୁ ସେ କୋର୍ଟରେ ହାଜିର ହୋଇ ପକ୍ଷ ରଖିବେ ବୋଲି କହିଛନ୍ତି. ଏନେଇ ବାରିପଦା ଟାଉନ ଥାନା ପୋଲିସ ମଧ୍ୟ ଶିକ୍ଷା ଅଧିକାରୀଙ୍କୁ ଠିକ ସମୟରେ ହାଜର କରାଇବେ ବୋଲି କହିଛନ୍ତି.