ହାଇକୋର୍ଟ ମୁଖ୍ୟବିଚାର ପତିଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେସନ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ଏସ୍‌.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍‌ଘାଟିତ ହୋଇ ଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଡ. ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିଲେ । ସେହିଭଳି ଭର୍ଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ମାନେ ଯୋଡି ହୋଇଥିବା ବେଳେ ଜିଲ୍ଲା ଦୈରାଜଜ୍ ସତ୍ୟପୀର ମିଶ୍ର, ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନିରୀକ୍ଷଣ ତଥା ମାଷ୍ଟର ଟ୍ରେଇନର) ପ୍ରଭାକର ଗଣ୍ଠିଆ, ଗଜପତି ଜିଲ୍ଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ତଥା ମାଷ୍ଟର ଟ୍ରେଇନର ଚିନ୍ମୟ ମିଶ୍ର, ପାରଳାଖେମୁଣ୍ଡି ବାର ଏସୋସିଏସନର ସଭାପତି ରାମନାଥ ମିଶ୍ର, ସମ୍ପାଦକ ଏମ୍‌.ପୃଥୀବୀରାଜ ପ୍ରମୁଖ ଉପସ୍ଥିତଥିଲେ । ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ମୂରଲୀଧର ଏହିି ଅବସରରେ କହିଥିଲେ ଯେ, ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ (୨୪ଢ୭) ମାମଲା ଦାଖଲ କରିବା, ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ୍ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହୋଇପାରିବା, ଅପଲୋଡ ହୋଇଥିବା ଆଦେଶ ତଥା ବିଚାର ଗୁଡିକ ସ୍ୱୟଂଚାଳିତ ଭାବରେ ଆଇନଜୀବୀମାନଙ୍କୁ ସୂଚିତ କରାଯିବା, ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆଯାଇଥିବା ବେଳେ ତଥ୍ୟ ଗୁଡିକ ସ୍ୱଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚିପାରିବ ସେନେଇ ବିସ୍ତୃତ ବାବେ କହିଥିଲେ । ଏହାସହ ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗା ଯୋଗ କରିବାପାଇଁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ