ହାଇଜମ୍ପରେ ଭାରତର ପ୍ରବୀଣଙ୍କୁ ରୌପ୍ୟ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସର ଟି-୪୪ ବର୍ଗ ପୁରୁଷ ହାଇଜମ୍ପରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଲାଭ କରିଛନ୍ତି। ୧୮ ବର୍ଷିୟ ପ୍ରବୀଣ କୁମାର ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ୨.୦୭ ମିଟର ଜମ୍ପ ସହିତ ଏକ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି।
ନିଶାଦ କୁମାର, ମାରିଆପ୍ପାନ ଥାଙ୍ଗାଭେଲୁ ଏବଂ ଶରଦ କୁମାରଙ୍କ ପରେ ହାଇଜମ୍ପରେ ଏହା ହେଉଛି ଭାରତର ଚତୁର୍ଥ ପଦକ। ଏହାକୁ ମିଶାଇ ଭାରତ ଟୋକିଓ ପାରାଲିମ୍ପିକ୍ସରେ ସମୁଦାୟ ୧୧ଟି ପଦକ ଲାଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ