ଧୋବେଇ ସାହୁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କୁ ସମ୍ଭର୍ଦ୍ଧନା
ନିମାପଡା (ସନ୍ତୋଷ ଦାଶ) କାକଟପୁର ବ୍ଲକ ଅନ୍ତର୍ଗତ ବରଜି ସାହି ଠାରେ ପ୍ରତିଷ୍ଠିତ ବହୁ ପୁରାତନ ଧୋବେଇ ସାହି ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ନିକଟସ୍ଥ ଦହିଖିଆ ଗ୍ରାମର ସ୍ୱର୍ଗତ ନେତ୍ରାନନ୍ଦ ସାହୁ ଙ୍କର ସୁପୁତ୍ର ଡ଼ଃ ଉପେନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀ ଡ଼ଃ ପ୍ରମିଳା ସାହୁଙ୍କୁ ଏକ ବର୍ଣ୍ଣlଢ୍ୟ ପରିବେଶରେ ସମ୍ବର୍ଦ୍ଧିତ କରାଯାଇଛି l ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧାକର ଦାଶ ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବ ରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଗ୍ରାମବାସୀ ଯୋଗ ଦେଇ ଡ଼ଃ ସାହୁ ଙ୍କ ଗୁଣାବଳୀ ତଥା ଶିକ୍ଷା ସମାଜ ପାଇଁ ତାଙ୍କ ର ଅବଦାନ ଚୀର ସ୍ମରଣୀୟ ହୋଇ ରହିବ l ଏଥି ସହ ଡ଼ଃ ସାହୁ ନିଜ ଉଦ୍ୟମରେ ପୂରୀ, ଭୁବନେଶ୍ୱର, ଉତ୍ତରା, ଅସ୍ତରଙ୍ଗ ସହିତ ପ୍ରାୟ 15 ରୁ ଉର୍ଦ୍ଧ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଚନ୍ଦ୍ରମଣୀ ସ୍ୱାଇଁ, ଧନେଶ୍ଵର ବିଶ୍ଵାଳ,ଶିକ୍ଷକ ଅଶୋକ ଦୀକ୍ଷିତ, ପ୍ରକାଶ ସାହୁ, ପାର୍ଥ ସାରଥୀ ପଢ଼ିସର୍ମା, ବିଷ୍ଣୁ ସାହୁ, ପ୍ରଗତିବାଳା ପାଢ଼ୀ, ମହମଦ ଅକୁବ, ବହାଦୁର ଅଲ୍ଲୀ, ପ୍ରମୋଦ ଦାସ, ତସନିମ ଅଫରଜ,ଏମଦାଦ, ପ୍ରଶାନ୍ତ ସିଂହ ଓ ଗ୍ରାମ ବାସି ମାନେ ଯୋଗଦେଥିଲେ l ଆୟୋଜିତ ଉତ୍ସବ କୁ ବୁଟୁ ସିଂ ପରିଚାଳନା କରିଥିଲେ l


