ହାଇୱା ଟ୍ରକ ଓଲଟି ଲାଗିଲା ନିଆଁ
ଯୋଡ଼ା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡ଼ା ସ୍ଥିତ ବାଂଶପାଣି ଓଭରବ୍ରିଜ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ହାଇୱା ଟ୍ରକ ଓଲଟି ପଡ଼ି ଗାଡ଼ିରେ ନିଆଁ ଲାଗିଯାଇଥିଲା । ମିଳିଥିବା ସୁଚନା ଅନୁଯାୟୀ ଉକ୍ତ ହାଇୱା ଟ୍ରକ ନଂ ଓଡି୦୯ପି ୩୩୨୬ ଖଣିଜ ଲୋଡିଂ ପାଇ ଯିବା ସମୟରେ ରାସ୍ତା କଡରେ ଛିଡା ହୋଇଥିଲା । ଗାଡିର ଚାଳକ ଓ ହେଲପର କେହି ନ ଥିବାବେଳ ଗାଡିଟି ହଠାତ ପଛକୁ ଆସିବା ପରେ ଏକ ଖାଲରେ ପଡିଯାଇ ଗାଡିରେ ନିଆଁ ଲାଗିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ । ନିଆଁ ଲାଗିବା ପରେ ଉକ୍ତ ଗାଡିର ସମ୍ମୁଖ ଭାଗ ଓ ଚକା ଜଳିଯାଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ନିଆଁକୁ ଲିଭାଇଥିଲେ । ଗାଡିରେ ନିଆଁ ଲାଗିବାର କାରଣ ଜଣାପଡିନାହି ।