ହାଓଡି କ’ଣ ?

“ହାଓଡି ମୋଦୀ’ ଶବ୍ଦଟି ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପ୍ଟେମ୍ବର ୨୨ ତାରିଖରେ ଆମେରିକାର ହଷ୍ଟନ ଏନ୍ଆରଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରହିଥିବା ସ୍ୱାଗତ କାର୍ଯ୍ୟକ୍ରମ ହେଉଛି “ହାଓଡି ମୋଦୀ’? ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ବନ୍ଧୁଙ୍କୁ ଅଭିବାଦନ ଜଣାଇବାବେଳେ “ହାଓଡି’ ବୋଲି ସମ୍ବୋଧନ କରାଯାଇଥାଏ । ଅନୌପଚାରିକ ଅଭିନନ୍ଦନ ଅର୍ଥରେ ଏହା ବ୍ୟବହୃତ ହୋଇଥାଏ । “ହାଓଦି’ର ଅର୍ଥ ହେଉଛି “ହାଓ ଡୁ ୟୁ ଡୁ’ (ଆପଣ କେମିତି ଅଛନ୍ତି ?) । ଜଣେ ବନ୍ଧୁ “ହାଓଡି’ ସମ୍ବୋଧନ କଲେ ଅନ୍ୟ ବନ୍ଧୁଜଣକ ଏହାର ଉତ୍ତରରେ ସ୍ମିତ ହସି “ହାଇ’ ବୋଲି କହିଥାନ୍ତି ।
ମୋଦୀଙ୍କୁ ସ୍ୱାଗତ କଲେ ତୁଲ୍ସୀ ଗବାଡର୍୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ହଷ୍ଟନରେ ଆୟୋଜିତ “ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସ୍ୱାଗତ କରିଛନ୍ତି ଆମେରିକାର ଡେମୋକ୍ରାଟିକ୍ ପାର୍ଟି ସଦସ୍ୟ ତୁଲସୀ ଗବାର୍ଡ । ମୋଦୀଙ୍କୁ ନମସ୍ତେ କହି ତୁଲସୀ “ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ତାଙ୍କୁ ସ୍ୱାଗତ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ଆୟୋବାରେ ପୂର୍ବ ନିର୍ଦ୍ଧାରିତ ଏକ ପ୍ରଚାର କାର୍ଯ୍ୟକ୍ରମ ପାଇଁ ତୁଲସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ