ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍ ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି । ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ । ଆଉ ଏହି ଚ୍ୟାଲେଞ୍ଜର ନାଁ ହେଉଛି ଭାଇରସ୍ । ଏହି ଭାଇରସ୍ ଆସିବାର ୩୬ଘଣ୍ଟା ମଧ୍ୟରେ ପୂରା ବିଶ୍ୱରେ ଏହା ବ୍ୟାପିଯିବ । ଫଳରେ ଏଥିଯୋଗୁ ସାରା ବିଶ୍ୱରେ ୮କୋଟି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବ ପ୍ରମୁଖ ସତର୍କ କରିଛନ୍ତି । ସେ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜୀବନ ନେଉଥିବା ଫ୍ଲୁର ଆଖ୍ୟା ଦେଇଛନ୍ତି । ଆଉ ଏହା ପାଇଁ ପ୍ରସ୍ତୁତ ରହିବା ଲାଗି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ପ୍ରାୟ ୧ ଶତାବ୍ଦୀ ପୂର୍ବରୁ ୧୯୧୮ରେ ସ୍ପାନିଶରେ ଫ୍ଲୁ ମହାମାରୀ ଯୋଗୁ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ସଂକ୍ରମିତ ହୋଇଥିଲେ । ଫଳରେ ଏଥିଯୋଗୁ ୫କୋଟି ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ଏବେ ଯେଉଁ ଫ୍ଲୁ ଆସିବାକୁ ଯାଉଛି ତାହା ସ୍ପାନିଶ୍ ଫ୍ଲୁଠାରୁ ଅତି ଭୟଙ୍କର ହେବ ବୋଲି କୁହାଯାଉଛି । କାରଣ ବର୍ତ୍ତମାନ ଲୋକମାନେ ପ୍ରାୟ ସବୁ ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି । ଏହି ଫ୍ଲୁ ଆସିବା ପରେ ଖୁବ୍ଶୀଘ୍ର ଲୋକଙ୍କ ମାଧ୍ୟମରେ ଗୋଟିଏ ଦେଶରୁ ଅନ୍ୟଦେଶକୁ ସହଜରେ ବ୍ୟାପିଯିବ । ଆଉ ମାତ୍ର ୩୬ ଘଣ୍ଟା ମଧ୍ୟରେ ଏହା ପୂରା ପୃଥିବୀକୁ ସଂକ୍ରମିତ କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଉଛି । ଏନେଇ “ଦି ଗ୍ଲୋବାଲ ପ୍ରିପାୟର୍ଡନେସ୍ ମନିଟରିଂ ବୋର୍ଡ’ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍ ନିଜର ଏକ ରିପୋର୍ଟ ବିଶ୍ୱର ସମସ୍ତ ଦେଶକୁ ପଠାଇ ଏହି ଭାଇରସ୍ରୁ ବର୍ତ୍ତିବା ପାଇଁ ଉଚିତ ପଦକ୍ଷେପ ନେବା ଲାଗି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ