ହାଟଡିହିରେ ଫାଇଲେରିଆ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପରିସରରେ ଫାଇଲେରିଆ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯିବା ସହ ଔଷଧ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଯନ କରାଯାଇଛି । ଏଥିଲାଗି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ସୁଶୀ୍ର ବିନିତା ବିଜୟିନୀ, ହାଟଡିହି ଡାକ୍ତରଖାନାର ଡାକ୍ତର ଅନନ୍ୟା ଦାସ, ବିପିଏମ ଚନ୍ଦନ କୁମାର ସାହୁ, ଭିବିଡିଟିସି ମାନସ କୁମାର ସାହୁ, ବିଡିଏମ ପ୍ରଦୀପ କୁମାର ଦାସ, ଏଣ୍ଟମୋଲୋଜିଷ୍ଟ ସ୍ମୃତି ସ୍ୱରୁପା ପୁହାଣ, ଏଲ.ଏଚ.ଭି ନିରୁପମା ଦାସ ପ୍ରମୁଖ ଯୋଗଦେଇ ଫାଇଲେରିଆ ରୋଗପାଇଁ ନିୟମାନୁଯାଇ ଓଷଧ ସେବନ କଲେ ଯାଇ ଆମେ ଆମ ଅଞ୍ଚଳରୁ ଫାଇଲେରିଆ ହଟାଇ ପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ୁପଲକ୍ଷେ ଆଜି ଔଷଧ ବଣ୍ଟନ କରାଯାଇ ପ୍ରଥମେ ବ୍ଲକର ସମସ୍ତ କର୍ମଚାରୀ ମାନଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥିଲା । ପରେ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରାଇବା ଉଦେ୍ଦଶ୍ୟରେ ସଚେତନତା ରଥକୁ ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ରଥ ବ୍ଲକର ୩୧ଟି ଯାକ ପଞ୍ଚାୟତ ପରିକ୍ରମା କରି ଲୋକଙ୍କୁ ଔଷଧ ଖାଇବାକୁ ସଚେତନ କରାଇବ ବୋଲି ଡାକ୍ତର ପ୍ରଭାତ ନାୟକ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ