ହାଟଡିହିରେ ଲାଖବିନ୍ଧା ଓ ରାବଣପୋଡି

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ତହସିଲ ପଡିଆରେ ଦ୍ୱିତୀୟଥର ପାଇଁ ଲାଖବିନ୍ଧା ଓ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହଟକେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ମହାପାତ୍ର ଉଦଘାଟନ କରିଥିଲେ । ଲାଖବିନ୍ଧା ପ୍ରତିଯୋଗୀତାରେ ୮୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଅଲେଖ ଯେନା ବିଜୟୀ ହୋଇ ପୁରସ୍କୃତ ହୋଇଥିଲେ । ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାବଣପୋଡି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥିଭାବେ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୟା ସେଠୀ ଯୋଗଦେଇ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ଏଥିଲାଗି ଅନୁଷ୍ଠିତ ସଭାରେ ଶିକ୍ଷାବିତ ତଥା ସମାଜସେବୀ ସୁରେନ୍ଦ୍ର କୁମାର ବାରିକ, ନିତ୍ୟାନନ୍ଦ ପହି, ସମାଜସେବୀ କାମପାଳ ନାୟକ, ସଦାଶିବ ଚକ୍ର, ଗୌରାଙ୍ଗ ରଣା, ଘନଶ୍ୟାମ ପହି ପ୍ରମୁଖ ଯୋଗଦେଇ ରାବଣପୋଡି ଉତ୍ସବର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଲବ ସଭାପତି ବିଶ୍ୱରଞ୍ଜନ ରାଉତ, ସଂପାଦକ ଜଗନ୍ନାଥ ନାୟକ, ଆଶୁତୋଷ ପହି, ଅଶୋକ ନାୟକ, ବିକ୍ରମ ଜେନା, ରାଜେଶ ଦାସ, ଅମିୟ ପହି, ସୁଧାଶୁଂ ନାୟକ, ସାଦାଶିବ ନାୟକ, କ୍ଷିରୋଦ ଜେନା, ରତିକାନ୍ତ ଜେନା, ହେମନ୍ତ ଜେନା, ଜଗବନ୍ଧୁ ଜେନା, ଜୟନ୍ତ ଜେନା, ଅକ୍ଷୟ ମହାପାତ୍ର, ବୁବୁ ପଣ୍ଡା, ମଣ୍ଟୁ ପଣ୍ଡା, ଶ୍ରୀକାନ୍ତ ମଲ୍ଲିକ, ରାକେଶ ଜେନା, ବିକ୍ରମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାବଣପୋଡି ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ