ହାଟଡିହି ଓ ଓରାଳିରେ କ୍ଲଷ୍ଟର ସ୍ତରୀୟ ସୁରଭୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ନୋଡାଲ ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ କପୁଣ୍ଡି, ହାଟଡିହି, ଗୋପ, ଅଣା, ଜଳକଳଙ୍ଗ ଆଦି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସିଆରସିସି ପ୍ରଫୁଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ସମ୍ମାନୀତ ଅତିଥିଭାବେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ବିନୋଦ କୁମାର ରାଉତ, ପ୍ରଧାନ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ଜେନା, ଘନଶ୍ୟାମ ଓଝା ପ୍ରମୁଖ ଯୋଗଦେଇ ସୁରଭୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରାଯାଇଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ନିଷ୍ଠାର ସହିତ କାର୍ଯ୍ୟକଲେ ସଫଳତା ମିଳେ ବୋଲି ସରପଞ୍ଚ ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ସୂର୍ଯ୍ୟମଣୀ ସାହୁ, କେଶବ ଚନ୍ଦ୍ର ପାତ୍ର, ସୁଦର୍ଶନ ରାଉତ, ବର୍ଷାରାଣୀ ସାହୁ, ନକୁଳ ଚନ୍ଦ୍ର ପାତ୍ର, ନିରୁପମା ମିଶ୍ର, ସୁରେନ୍ଦ୍ର ସା, ସ୍ନେହଲତା ମହାରଣା, ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବାବେଳେ ଶିକ୍ଷକ ସଞ୍ଜୟ କୁମାର ପାତ୍ର, ରଶ୍ମିରଞ୍ଜନ ପତି, ବାଣିବନ୍ଦନା ପଟ୍ଟନାୟକ, ବିନ୍ଦୁରେଖା ସାହୁ, ପ୍ରୀୟମ୍ବନ୍ଦା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଓରାଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମକୁ କଳିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା ଉଦଘାଟନ କରିଥିବାବେଳେ ନନ୍ଦିପଦା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହାଣି ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବେ ସିଆରସିସି ପ୍ରଭାକର ବେହେରା, ପ୍ରଧାନ ଶିକ୍ଷକ ଗୌରାଙ୍ଗ ନାୟକ, ଦୁର୍ଯ୍ୟୋଧନ ଜେନା, ନନ୍ଦିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା, ଗୌରାଙ୍ଗ ଖିଲାର ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, କୁଇଜ, ସୃଜନଶୀଳ , ବକ୍ତୃତା, ସଂଗୀତ, ଓଡିଆ ହସ୍ତାକ୍ଷର, ଦଳଗତ ସାଂସ୍କୃତିକ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପ କଳା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ହାସ୍ୟମୟୀ ରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଏବିଇଓ ସୁରଥ କୁମାର ସାହୁ, ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରେଶ କୁମାର ଜେନା, ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ସୁରଭୀ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଗୁଣାବଳୀର ପରିପ୍ରକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିବା ସହ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଚାରକ ଭାବେ ହାସ୍ୟମୟୀ ରାଜ, ଶତୃଘ୍ନ ସାହୁ, ଅନିରୁଦ୍ଧ ସେଠୀ, ମମତା ଦାସ, ଦିପ୍ତୀ ଦେବଦର୍ଶନୀ ସୁତାର, ରାଧାରାଣୀ ରାମ, ଜୟଶ୍ରୀ ଜେନା, ଶର୍ମିଷ୍ଠା ମହାପାତ୍ର, ସ୍ମୀତା ବସନ୍ତ ରାୟ,ମାଧବାନନ୍ଦ କର, ରତ୍ନପ୍ରଭା ସେଠୀ, ଉଦ୍ଧବ ସା, ପ୍ରୀୟଙ୍କା ସେନାପତି ପ୍ରମୁଖ ଯୋଗ ଦେଇଥିବାବେଳେ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ପ୍ରଦୀପ କୁମାର ବିଶ୍ୱାଳ, ଦେବାଶିଷ ଦାସ, କଲ୍ୟାଣୀ ଜେନା, ଶ୍ରଦ୍ଧାଞ୍ଜଳୀ ପରିଡା, ହେମନ୍ତ ସିଂ, ପ୍ରମୋଦ ବେହେରା, ଲତା ପରିଡାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


