ହାଟଡିହି ବ୍ଲକରେ ଭତ୍ତା ଦୁର୍ନ୍ନିତୀର ତଦନ୍ତ ପାଇଁ ପ୍ରଶାସନର ଭୟ କାହିଁକି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାର ହରିଳୁଟ ପରେ ଏବେ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ ପାଇଁ ପ୍ରଶାସନ କøଣସି ପଦକ୍ଷେପ ନେଉନାହିଁ । ହାଟଡିହି ବ୍ଲକର କେଉଁ କେଉଁ ପଞ୍ଚାତରେ କେତେ ଲୋକ ଭତ୍ତା ପାଉଛନ୍ତି ତାହାର କୌଣସି ତଥ୍ୟ କାର୍ଯ୍ୟାଳୟରେ ନାହିଁ । ଏନେଇ ଅନେକ ଲୋକ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ କିଛି ତଥ୍ୟ ଦେଉ ନାହାନ୍ତି । ଏପରିକି ବିଡିଓଙ୍କ ପାଖରେ ମଧ୍ୟ ଏହାର କିଛି ତଥ୍ୟ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସୁଚନାରୁ ଜଣାଯାଇଛି ଯେ ହାଟଡିହି ବ୍ଲକରେ ମଧୁବାବୁ ଯୋଜନାରେ ୧୦୨୮୮ ଓ ଇନ୍ଦିରାଗାନ୍ଧୀ ପେନସନ ଯୋଜନାରେ ୭୬୨୩ଜଣଙ୍କୁ ଭତ୍ତା ଦିଆଯାଉଥିବା ବ୍ଲକ ପକ୍ଷରୁ କୁହାଯାଉଛି । କିନ୍ତୁ କେଉଁ ପଞ୍ଚାୟତରେ କେତେ ଭତ୍ତା ହିତାଧିକାରୀ ଅଛନ୍ତି ତାହାର କୌଣସି ସଠିକ ସୁଚନା ବ୍ଲକ ପକ୍ଷରୁ ଦିଆଯାଉ ନାହିଁ । ଗତ କିଛିଦିନ ତଳେ ଡଅଁର ପଞ୍ଚାୟତରେ ୬୦ରୁ ଉର୍ଦ୍ଧ ମଲାଲୋକଙ୍କ ନାମରେ ଦୀର୍ଘ ବର୍ଷ ଧରି ଭତ୍ତା ଉଠାଣ ହେଉଥିବାବେଳେ କେ ବାଲିପାଳ ପଞ୍ଚାୟତରେ ସମାନ ଢ଼ଙ୍ଗରେ ଉଠାଯାଉଥିଲା । ତତକାଳୀନ ବିଡିଓଙ୍କ ହସ୍ତକ୍ଷେପ ପରେ ଡଅଁର ପଞ୍ଚାୟତରେ ଭିନ୍ନ ଅଧିକାରୀଙ୍କ ଦ୍ୱାରା ଭତ୍ତା ବଣ୍ଟନ କରିବା ପରେ ଓ କେ ବାଲିପାଳକୁ ଏକ ଟିମ ସହ ଯାଇ ବିଡିଓଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରିବାପରେ ଏହା ଷ୍ପଷ୍ଟ ହୋଇଥିଲା । ସେହିପରି ପଢ଼ି୍ରଆରିପଲ୍ଲୀ ପଞ୍ଚାୟତରେ ୫୦ରୁ ଉର୍ଦ୍ଧ ମଲା ଲୋକଙ୍କ ନାମରେ ଭତ୍ତା ଉଠାଯାଉଥିବା ନୁତନ ସରପଞ୍ଚ ଅଭିଯୋଗ କରିଥିଲେ । କିଏ ବର୍ଷେ ତ ଆଉ କିଏ ଦୁଇ ତିନିବର୍ଷ ହେଲା ମରିଥିଲେ ମଧ୍ୟ ସେମାନଙ୍କ ନାମରେ ଟଙ୍କା ଆସୁଛି ଯାହାକି ବ୍ଲକ ତାଲିକାରେ ଉଲେଖ ଅଛି । କିନ୍ତୁ ସେହି ମୃତବ୍ୟକ୍ତିଙ୍କ ଟଙ୍କାକୁ କିଏ ନେଉଛି ନା ଫେରସ୍ତ ହେଉଛି ସେନେଇ କେହି ମୁହଁ ଖୋଲୁ ନଥିବା ଅଭିଯୋଗ ହୋଇଥିଲା । ସେହିପରି କଳିଗାଁ ପଞ୍ଚାୟତରେ ଅନିୟମିତତା ହୋଇଥିବାନେଇ ଅଭିଯୋଗ ହେବାପରେ ନୁତନ ପିଇଓଙ୍କ ଦ୍ୱାରା ଭତ୍ତା ବାଣ୍ଟବାପରେ ୩୯ଜଣ ମଲାଲୋକଙ୍କ ନାମରେ ଭତ୍ତା ଉଠୁଥିବା ଷ୍ପଷ୍ଟ ହୋଇଥିଲା । ବର୍ତ୍ତମାନର ପିଇଓ ଏହି ୩୯ଜଣଙ୍କ ଭତ୍ତା ବାବଦକୁ ବଳକା ୧୯୫୦୦ଟଙ୍କା ତୁରନ୍ତ ବ୍ଲକକୁ ଫେରସ୍ତ କରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ପୁର୍ବରୁ ଏହି ଭତ୍ତା ଟଙ୍କାକୁ କିଏ ନେଉଥିଲା ଓ ଏନେଇ କୌଣସି ତଦନ୍ତ କି କାର୍ଯ୍ୟାନୁଷ୍ଠାନ ହେଲାନି କାହିଁକି । ଏବେ ମଧ୍ୟ ଅନେକ ପଞ୍ଚାୟତରେ ମଲା ଲୋକଙ୍କ ନାମରେ ଭତ୍ତା ଯାଉଥିବା ଜଣାଯାଇଛି । ବ୍ଲକ କର୍ତ୍ତୁପକ୍ଷ ଏନେଇ ବାରମ୍ବାର ପିଇଓ ମାନଙ୍କୁ ଚିଠିକରି ଭତ୍ତା ହିତାଧିକାରୀଙ୍କ ତାଲିକା ଦେବାକୁ କହୁଥିଲେ ମଧ୍ୟ ତାହାକୁ ଅନେକ ପଞ୍ଚାୟତ କାର୍ଯ୍ୟକାରୀ କରୁ ନାହାନ୍ତି । କେବଳ ଟିପ ମରାଯାଇ ଟଙ୍କା ଦିଆ ଚାଲିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଯେ ଅନେକ ପଞ୍ଚାୟତକୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଦିଆଯାଉଛି ଓ ବଳକା ଟଙ୍କାକୁ ଫେରସ୍ତ ପାଇଁ କୁହାଯାଉଛି । ପଞ୍ଚାୟତକୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଦିଆଯାଉଛି କାହିଁକିର ଉତ୍ତର କାହା ପାଖରେ ନାହିଁ । ଅନେକ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ତାଲିକା ବ୍ଲକକୁ ଦିଆଯାଇଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ ସେମାନଙ୍କ ନାମକୁ ବାଦ ନକରି ସେମାନଙ୍କ ନାମରେ ଟଙ୍କା ପଠାଉଥିବାରୁ ପଞ୍ଚାୟତ ମାନଙ୍କରେ ହଜାର ହଜାର ଟଙ୍କା ବଳିପଡୁଛି । କିନ୍ତୁ ସେହିସବୁ ପଞ୍ଚାୟତରେ ମୃତବ୍ୟକ୍ତିଙ୍କ ସ୍ଥାନରେ ନୁତନ ହିତାଧିକାରୀ ଚୟନ କରାଯାଉ ନଥିବାରୁ ଶହଶହ ନୁଆ ହିତାଧିକାରୀ ଭତ୍ତା ପାଇପାରୁ ନାହାନ୍ତି । ପଢ଼ିଆରିପଲ୍ଲୀ ପଞ୍ଚାୟତରେ ୭ଜଣ ହିତାଧିକାରୀ ଭତ୍ତା ପାଇଁ ୪ମାସ ହେଲା ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ଦିଆଯାଉ ନାହିଁ । ଏହି ୭ଜଣଙ୍କ ମଧ୍ୟରୁ ଜଣେ ହିତାଧିକାରୀ ଭତ୍ତାକୁ ଚାହିଁ ଚାହିଁ ମୃତୁ୍ୟବରଣ କରିଥିବାବେଳେ ଆଉ ଜଣେ ଶଯ୍ୟାଶାୟୀ ଥିବା ଜଣାଯାଇଛି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ସବିଶେଷ ତାଲିକା ମାଗିଥିଲେ ମଧ୍ୟ ମିଳିନି, ଆସିଲେ କହିହେବ ବୋଲି କହିଛନ୍ତି । ସେହିପରି ବ୍ଲକର ସାମାଜିକସୁରକ୍ଷା ବିଭାଗର କିରାଣୀ କହିଛନ୍ତି ଯେ ଆମ ପାଖରେ ପଞ୍ଚାୟତ ୱାରୀ ତାଲିକା ନାହିଁ, ସବୁ ପଞ୍ଚାୟତକୁ ଚିଠି କରିଛୁ ସମସ୍ତେ ଦେବାପରେ ଯାଇ କେଉଁ ପଞ୍ଚାତରେ କେତେ ହିତାଧିକାରୀ ଅଛନ୍ତି ତାହା ଜଣାପଡିବ ବୋଲି କହିଛନ୍ତି । କିନ୍ତୁ ହାଟଡିହି ବ୍ଲକର ଭତ୍ତା ହରିଲୁଟର ତଦନ୍ତ କରାଯାଆନ୍ତା ତେବେ ବହୁ ଅନିୟମିତତାର ପର୍ଦ୍ଦାୂଫାସ ହୋଇ ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ