ହାଟଡିହି ବ୍ଲକରେ ମିଶନ ଅନ୍ତର୍ଦ୍ଦୋୟ କର୍ମଶାଳା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସଭାଗୃହ ଠାରେ ମିଶନ ଅନ୍ତର୍ଦ୍ଦୋୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏôତରେ ବିଡିଓ ସୁଶାନ୍ତ କୁମାର ବାରିକ, ଏପିଓ ସ୍ୱପ୍ନାରାଣୀ ସ୍ୱାଇଁ, ଜିପିଓ ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତିପଞ୍ଚାୟତ ମାନଙ୍କରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବା ସହ ଏମ.ଜି.ଏନ.ଆର.ଇ.ଜି.ଏସ ଯୋଜନାର ପ୍ରକଳ୍ପ ଚିଠା ପ୍ରସ୍ତୁତ କରି ପଲ୍ଲୀସଭା, ଗ୍ରାମସଭା ଦ୍ୱାରା ଅନୁମୋଦିତ କରିବାକୁ ପରାମର୍ଶ ଦେିଥିଲେ । ସେହିପରି ଗ୍ରାମପଞ୍ଚାୟତ ଉନ୍ନୟନ କାର୍ଯ୍ୟର ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ସଭ୍ୟା, ପିଇଓ ଏବଂ ଜି.ଆର.ଏସ ମାନେ ଯୋଗ ଦେଇଥିଲେ ।