ହାଟଡିହି ବ୍ଲକ ଅଧ୍ୟକ୍ଷା ପଦ ହାତେଇବ ବିଜେଡି

ହାଟଡିହି, (ବିକାଶ ବିଶ୍ୱାଳ ) :-ଚଳିତ ପଞ୍ଚାତ ନିର୍ବାଚନରେ ହାଟଡିହି ବ୍ଲକରେ ବିଜେଡିକୁ ବିଶେଷ ସଫଳତା ମିଳିଛି । ୪ଟିଯାକ ଜିଲ୍ଲାପରିଷଦ ଆସନ ବିଜେଡି ଅକ୍ତିଆର କରିଛି । ଗତ ନିର୍ବାଚନରେ ୩୪ନଂ ଜୋନର ଜିଲ୍ଲାପରିଷଦ ଆସନ ବିଜେପି ହାତରେ ଥିବାବେଳେ ଚଳିତ ନିର୍ବାଚନରେ ବିଜେଡି ଏଠାରେ ବିଜୟ ହାସଲ କରିବାରେ ସଫଳ ହୋଇଛି । ଜିଲ୍ଲା ବିଜେଡିର ତୁଙ୍ଗ ନେତାମାନେ ଏହି ଆସନଟି ଉପରେ ଅଧିକ ଫୋକସ କରିଥିଲେ । ସେଥିପାଇଁ ସୋମନାଥ ଦାସ ଏଥର ବିଜୟ ହାସଲ କରିବାରେ ସଫଳ ହେଳେ । କିନ୍ତୁ ଭୋଟ ହାରକୁ ତୁଳନା କଲେ ପୁର୍ବ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ବିଜେପି ଶତକଡା ହାରରେ ଅଧିକ ଭୋଟ ପାଇଛି । ଯେଉଁଥିପାଇଁ କି ୩୬ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ ଅଳ୍ପକେ ପରାଜୟରୁ ବର୍ତ୍ତିଛନ୍ତି । ଏହି ଜୋନର ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ ଭଳି ବିଜେଡିର ଦୁର୍ଗ କୁହାଯାଉଥିବା ପଞ୍ଚାୟତ ଗୁଡିକରେ ବିଜେପି ଆଶାତୀତ ଭୋଟ ହାସଲ କରିବାରେ ସପଳ ହୋଇଛି । ଏହିସବୁ ପଞ୍ଚାୟତରେ ବିଜେପି ବିଜେଡି ଠାରୁ ବହୁ ଅଧିକ ଭୋଟ ହାସଲ କରିଛି । ସେହିପରି ଚଳିତ ନିର୍ବାଚନରେ ହାଟଡିହି, ପନ୍ଦାଡୋ, ଜମ୍ଭୀରା, ଡଅଁର, ପଢ଼ିଆରିପଲ୍ଲୀ, ମରୈଗାଁ, ସମଣା ଭଳି ପଞ୍ଚାୟତରେ ପୁର୍ବ ନିର୍ବାଚନ ଭଳି ବିଜେଡିକୁ ବିଶେଷ ସଫଳତା ମିଳିପାରି ନାହିଁଁ । ସେହିପରି ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଶଂ ପଞ୍ଚାୟତରେ ବିଦ୍ରୋହୀ ସରପଞ୍ଚ ପ୍ରାର୍ଥୀମାନେ ବିଜୟ ହାସଲ କରିଥିବା ଜଣାଯାଇଛି । ପ୍ରାର୍ôଥ ଚୟନରେ ଅସନ୍ତୋଷ ପ୍ରକାଶ କରି ବିଜେଡି କର୍ମୀମାନେ ଭାଗ ଭାଗ ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ୩୧ଟି ପଞ୍ଚାୟତ ମଧ୍ୟରୁ ଚଳିତ ନିର୍ବାଚନରେ ବିଜେଡିର ୧୫ଜଣ ପ୍ରାର୍ଥୀ ସମିତିସଭ୍ୟ ଭାବେ ବିଜୟୀ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିବା ସମ୍ଭାବନା ଅଧିକ ରହିଛି । ବିଜେଡିରୁ ୧୫ଜଣ, ବିଜେପିରୁ ୨ଜଣ, କଂଗ୍ରେସରୁ ୨ଜଣ ଓ ୧୨ଜଣ ଅସନ୍ତୁଷ୍ଟ ବିଜୟୀ ହୋଇଥିବା ଜଣାଯାଇଛି । ବ୍ଲକ ଅଧ୍ୟକ୍ଷ ପଦବୀଟି ଅନୁସୁଚିତ ଜାତିର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅଛି । ଚଳିତ ନିର୍ବାଚନରେ ଇଞ୍ଚୋଳ ପଞ୍ଚାୟତରୁ ବିଜୟ ହାସଲ କରିଥିବା ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀସେଠୀ ପ୍ରମୁଖ୍ୟ ଦାବିଦାର ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ