ହାଟଡିହି ବ୍ଳକର ପିଛା ଛାଡୁନି ଆବାସ କେଳେଙ୍କାରୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ପିଛା ଛାଡୁନି ଆବାସ କେଳେଙ୍କାରୀ । ଗୋଟିଏ ଢାଙ୍କିବା ବେଳକୁ ଆଉ ଦୁଇଟି ବାହାରୁଛି। ଯାହାକୁ ନେଇ ବ୍ଲକ କର୍ତ୍ତୁପକ୍ଷ ହରଡ଼୍ଘଣାରେ ପଡୁଛନ୍ତି । ପ୍ରଥମେ ହାବଳେଶ୍ଵର, ଷଡ଼ଙ୍ଗ ପଞ୍ଚାୟତରେ ଆବାସ ହିତାଧିକାରୀଙ୍କ ଟଙ୍କା ଭିନ୍ନ ଲୋକଙ୍କ ଏକାଉଣ୍ଟକୁ ପଳାଇ ଥିବା ଯୋଗୁଁ ବିଚ଼ରା ହିତାଧିକାରୀ ମାନେ ବ୍ଳକ ଦୌତି ଦୌଡି ନୟାନ୍ତ ହେଉଥିବା ଘଟଣା ଲୋକ ଲୋଚନକୁ ଆସିବା ପରେ ବ୍ଲକ କର୍ତ୍ତୁପକ୍ଷ ତତ୍ପରତା ଦେଖାଇଥିଲେ। ପରେ ଗତ ୫ଦିନ ତଳେ ପନ୍ଦାଡୋ ପଞ୍ଚାୟତରେ ଭୂତ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ସହିତ ଘର କରିଥିବା ଦର୍ଶାଇ ଏକ ଲକ୍ଷ ୫ହଜାର ଟଙ୍କା ପ୍ରଦାନକରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଅଭିଯୋଗ ଆସିଛି ପଞ୍ଚୁଗୋଛିଆ ପଞ୍ଚାୟତରୁ । ଉତ୍କ୍ ପଞ୍ଚାୟତର ଟିକରା ଗ୍ରାମରେ ରୋଦନ ଯେନା ନାମକ ଜଣେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆ ଯାଇଥିବା ବେଳେ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ଏକାଉଣ୍ଟକୁ ପଠାଇ ଦେଇଥିଲେ। କିନ୍ତୁ ଟଙ୍କା ରୋଦନ ଯେନାଙ୍କ ଏକାଉଣ୍ଟକୁ ନଆସି ରମ୍ପାସ ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ପଳାଇଛି। ସେହିଦିନ ଠାରୁ ନିୟମିତ ବ୍ଲକ କାର୍ଯ୍ୟାଳୟକୁ ରୋଦନଙ୍କ ସ୍ୱାମୀ ଦୌତୁଥିଲେ ମଧ୍ୟ ଟଙ୍କାମିଳୁନି। ଦିନେ ଦୁଇଦିନ ଅପେକ୍ଷାକର ଟଙ୍କା ପଳାଇବ ବୋଲି ବାରମ୍ବାର କହୁଛନ୍ତି । ଗତ ସପ୍ତାହରେ ଲଗାଣ ବର୍ଷାରେ ଘର କାନ୍ଥ ଭାଙ୍ଗି ପଡିଥିବା ବେଳେ ଅଳ୍ପକେ ରୋଦନ ଓ ତା ସ୍ୱାମୀ ଶ୍ରୀଧର ଜେନା ଏକ ବଡ଼ଦୁର୍ଘଟଣାରୁ ରକ୍ଷା ପାଇଥିଲେ। ଶ୍ରୀଧର ଅନେକ ଥର ରମ୍ପାସର ସେହି ବ୍ୟକ୍ତିଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଲେଣି। ଯାହାକୁ ନେଇ ହତୋତ୍ସାହିତ ହୋଇପଡ଼ିଛନ୍ତି ଶ୍ରୀଧର ଓ ରୋଦନ । ଘର ଉପରେ ପଲିଥିନି ଟାଙ୍ଗିଥିବାବେଳେ ବାହାରେ ଜରିପାଲ ଟାଙ୍ଗି ରୋଷେଇ କରୁଛନ୍ତି। ସେହି ଗ୍ରାମର ପ୍ରଶାନ୍ତ ଯେନା ନାମକ ଅନ୍ୟ ଜଣେ ହିତାଧିକାରୀଙ୍କ ମଧ୍ୟ ସମାନ ଅବସ୍ଥା ।୧୫ମାସ ହେଲା ପ୍ରଶାନ୍ତଙ୍କ ନାମରେ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଘର ଯୋଗାଇ ଦିଆଯାଇଥିବା ବେଳେ ଗତ ୨ ମାସ ତଳେ ସେ ଘର ପାଇଥିବା ସରପଞ୍ଚଙ୍କ ଠାରୁ ଜାଣିବାକୁ ପାଇଥିଲେ। କିନ୍ତୁ ଟଙ୍କା ତାଙ୍କ ଏକାଉଣ୍ଟ ବଦଳରେ ବଳଭଦ୍ରପୁର ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଟଙ୍କା ଯାଇଛି। ଫଳରେ ପ୍ରଶାନ୍ତ ବାରମ୍ବାର ସରପଞ୍ଚ ଓ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହେଲେଣି। ଏ ସମ୍ପର୍କରେ ସରପଞ୍ଚ ଦିନେଶ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ଏନେଇ ଅନେକ ଥର ବ୍ଳକରେ ଜଣାଇଲିଣି । କିନ୍ତୁ କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି କହିଛନ୍ତି। ବ୍ଲକ ଟି.ପି.ସି ନିରଞ୍ଜନ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଧାରବେସ ପେମେଣ୍ଟ ଯୋଗୁଁ ଏପରି ହୋଇଛି। ଭୂଲ ଏକାଉଣ୍ଟ କୃ ଯାଇଥିବା ଟଙ୍କା ସଂପୃକ୍ତ ଏକାଉଣ୍ଟ ଧାରୀ ଉଠାଇ ନେଇ ଥିବାରୁ ଟଙ୍କା ଫେରସ୍ତ ହୋଇପାରୁନି ବୋଲି ସଫେଇ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ