ହାଟଡିହି ହାଇସ୍କୁଲର ୧୯୯୯ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ହାଇସ୍କୁଲର ୧୯୯୯ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଆଜି ରାମଚଣ୍ଡୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରେଶ୍ୱରୀ ସାଗରୀକା ଜେନା, ଚିନ୍ମୟ ନାୟକ, ସନ୍ଦିପ ପାତ୍ର, ପଙ୍କଜ ସାବତ, ଧନେଶ୍ୱର ଜେନା, ବିଶ୍ୱନାଥ ସାହୁ, ସୀତାକାନ୍ତ ପହି, ଉମେଶ ବାରିକ, ଜଙ୍କସନ ସା, ଦେବବ୍ରତ ଜେନାଙ୍କ ସମେତ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ପୁରୁଣା ସ୍ମୃତି ସମ୍ପର୍କରେ ଆଲୋକପାତ କରିବାସହ ନିଜ ନିଜ ଜୀବନର ଅନୁଭୁତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିଜର ପୁରାତନ ସହପାଠୀ ମାନଙ୍କ ବିପଦ ଆପଦବେଳେ ଠିଆ ହେବାକୁ ଛାତ୍ରଛାତ୍ରୀ ମାନେ ନିଷ୍ପତି ନେଇଥିଲେ । ପ୍ରତିବର୍ଷ ଏହିପରି ବନ୍ଧୁମିଳନ କାର୍ଯ୍ୟକ୍ରମ କରିବାକୁ ସମସ୍ତେ ସହମତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ