ଅଗ୍ନି ବିପନ୍ନ ପରିବାରକୁ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ସହାୟତା

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ତେଲସିଙ୍ଗା ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ବିପନ୍ନ ଦୁଇଟି ପରିବାରକୁ ଆଜି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗତ ୫ତାରିଖ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୃଷ୍ଣଜେନା ଓ ଗୁନ ଜେନାଙ୍କ ଦୁଇଟି ପରିବାର ନିଜ ନିଜର ସର୍ବସ୍ୱ ହରାଇ ସର୍ବସ୍ୱାନ୍ତ ହୋଇ ପଡିଥିଲେ । ଆଜି ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ତରଣୀ ରଣା ପ୍ରମୁଖ ତେଲସିଙ୍ଗା ଗ୍ରାମର ବିପନ୍ନଙ୍କ ପାଖରେ ପହଞ୍ଚି ମାସକର ରାସନ ସାମଗ୍ରୀ ଯୋଗାଇଦେବାସହିତ ବିପନ୍ନ ପରିବାରଙ୍କୁ ତୁରନ୍ତ ଆବାସ ଯୋଜନାୋର ବାସଗୃହ ଯୋଗାଇ ଦେବାକୁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ