ହାତୀଓଟ ଆଦର୍ଶ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଶାସକ ଓ ଲୋକ ପ୍ରତିନିଧିଙ୍କ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ବୃନ୍ଦଙ୍କ ଏକ ବୈଠକ ଶିକ୍ଷାନୁଷ୍ଠାନ ପରିସରରେ ନଭେମ୍ବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହାତୀଓଟରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାରା ଦେଶରେ ୫ମ ସ୍ଥାନ ଅଧିକାର କରିବା ପରେ ଏହି ଶିକ୍ଷାନୁଷ୍ଠାନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି। ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏହି ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଆଗଭର ହୋଇଛନ୍ତି। ପୂର୍ବରୁ ବିଧାୟକ ଶ୍ରୀକାନ୍ତ ସାହୁ ଓ ପ୍ରଶାସନିକ ଅଧିକାରୀମାନଙ୍କ ବୈଠକ ବସି ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ପୁଣି ଶୁକ୍ରବାର ଦିନ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର, ବିଇଓ ତ୍ରିଲୋଚନ ତ୍ରିପାଠୀ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତା ନାଏକ, ହାତୀଓଟ ସରପଞ୍ଚ ନାରାୟଣ ସେଠୀ, ଓ ପାଞ୍ଚାୟତ କର୍ମଚାରୀ ବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉନ୍ନତି କରାଯାଇ କିପରି ଆହୁରି ସୁନ୍ଦର ଓ ଆକର୍ଷଣୀୟ କରାଯାଇପାରିବ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ