ବେଆଇନ୍ ବାଲି ଚୋରା ଚାଲାଣ; ଡ୍ରାଇଭରକୁ ଗିରଫ କରି ଟ୍ରାକ୍ଟର୍ ଜବତ କଲା ପୋଲିସ୍

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଦିନକୁ ଦିନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ପୋଲିସ୍ ଏବଂ ରାଜସ୍ଵ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ ବୁଧବାର ଏହିପରି ଏକ ବେଆଇନ୍ ବାଲି ଟ୍ରାକ୍ଟର୍ କୁ ଜବତ କରି ବେଲଗୁଣ୍ଠା ଫାଣ୍ଡି ପୋଲିସ୍ ଟ୍ରାକ୍ଟର୍ ଡ଼୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗତ ବୁଧବାର ଆମ୍ବପୁଆ ନଦୀ ପାଖରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ବେଲଗୁଣ୍ଠା ଫାଣ୍ଡି ପୋଲିସ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରୁ ଏକ ବାଲି ବୋଝେଇ ଟ୍ରାକ୍ଟର୍ ଜବତ କରିବା ସହ ଟ୍ରାକ୍ଟର୍ ଡ୍ରାଇଭର ସୁଜନ ନାଇକକୁ ଗିରଫ କରିଥିଲା I ପୋଲିସ୍ ଗିରଫ ଡ଼୍ରାଇଭର ବିରୁଦ୍ଧରେ ୫୯୮/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁ୍କ୍ତକୁ କୋର୍ଟ୍ ଚାଲାଣ କରିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ