ହାତୀକୁ ଛାଡି ପିମ୍ପୁଡିକୁ ଧରି ବାହାବା ନେଉଛି ରାଜସ୍ୱ ବିଭାଗ
ହାଟଡ଼ିହି : ଆନନ୍ଦପୁର ଉପଖଣ୍ଡରେ ଏବେ ବାଲି, ମୋରମ, ମାଙ୍କଡା ପଥର, ମେଣ୍ଟାଲ, ଚିପସ ଆଦି ଲଘୁବନ୍ୟଜାତ ସାମଗ୍ରୀର ଚୋରା କାରବାର ଚାଲିଥିବାବେଳେ ରାଜସ୍ୱ ବିଭାଗ କେତେବେଳେ କିପରି ଗୋଟିଏ ଦୁଇଟି ଟ୍ରାକ୍ଟରକୁ ଧରି ବାହାବା ସାଉଁଟୁଥିବା ଦେଖିବାକୁ ମିଳିଛି । ଖବରରୁ ଜଣାଯାଇଛି ଯେ ଏବେ ଆନନ୍ଦପୁର ଉପଖଣ୍ଡରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବାଲିଘାଟ ନିଲାମ ଦିଆଯାଇ ଥିବାବେଳେ ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥରେ ଦୈନିକ ଶହଶହ ହାଇୱା ଗାଡି ଓଭରଲୋଡ ବାଲି ପରିବହନ କରୁଛି । ଏପରିକି କୌଣସି ଗାଡିରେ ଟ୍ରାଞ୍ଜିଟ ପରମିଟ ନଥିବାବେଳେ କିଛିକିଛି ଗାଡିଏ ପରମିଟକୁ ବାରମ୍ବାର ବ୍ୟବହାର କରୁଛନ୍ତି । ଫଳରେ ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଓଭରଲୋଡ ପରିବହନକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲେବି ଏହି ନିର୍ଦ୍ଦେଶକୁ କେହି ମାନୁ ନାହାନ୍ତି । କେତେବେଳେ କିପରି ହାଟଡିହି ତହସିଲ କର୍ତ୍ତୁପକ୍ଷ ରାସ୍ତାରେ ଗୋଟିଏ ଦୁଇଟି ଟ୍ରାକ୍ଟରକୁ ଅଟକାଇ ଜୋରିମାନା ଆଦାୟ କରି ନିଜର ବାହ।।ବା ନେଉଥିବାବେଳେ ଗୋଟିଏ ବି ବାଲିବୋଝେଇ ହାଇୱା ଟ୍ରକକୁ ଅଟକାଇ ଜୋରିମାନା ଆଦାୟ କରିବା ଘଟଣା ନଜରକୁ ଆସି ପାରିନି । ସେହିପରି କୁପାରୀ ଅଞ୍ଚଳରୁ ଦେନିକ ଟ୍ରିପ ଟ୍ରିପ ମେଣ୍ଟାଲ, ମାଙଡା ପଥର ଓ ଚିପିସ ଚୋର ଚାଲାଣ ହେଉଥିବାବେଳେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉ ନାହିଁ । କେତେବେଳେ କିପରି ଟ୍ରାକ୍ଟରକୁ ଅଟକ ରଖି କେବଳ ଜୋରିମାନା ଆଦାୟ କରାଯାଉଥିବା ଜଣାଯାଇଛି । ଏ ସମ୍ପର୍କରେ ତହସିଲ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେବାକୁ ରାଜି ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।


