ହାତୀ ଆକ୍ରମଣରେ ବୃଦ୍ଧ ମୃତ
ମୟୂରଭଞ୍ଜ, ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ ଘଟିଥିବା ଜଣାପଡିଛି । ବୃଦ୍ଧ ମୃତ ଜଣକ ପରିଚୟ ରାସଗୋବିନ୍ଦପୁର ରେଞ୍ଜ ତାଙ୍କରାବିଲା ଗ୍ରାମର ହରିଆ ରୋସେନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଝାଡଖଣ୍ଡ ଦଲମା ଅଂଚଳରୁ ୧୦ ରୁ ୧୨ ଟି ହାତୀପଲ ରାସଗୋବିନ୍ଦପୁର ଦେଇ ଆସୁଥିବା ସମୟରେ ହାତୀ ପଲ ହାବୁଡରେ ପ୍ରାୟ ୫୦ ବର୍ଷିୟ ବୃଦ୍ଧ ଜଣକ ପଡିଥିଲେ । ହାତୀପଲ ଆକ୍ରମଣରେ ବୃଦ୍ଧ ଜଣକ ମୃତ ବରଣ କରିଛନ୍ତି । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରିବା ସହ ବେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି ।