ହାତୀ ଆକ୍ରମଣରେ ମୃତ ୨ ପରିବାରକୁ ବନ ବିଭାଗ ତରଫରୁ ୮ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ଯାଳୟ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ରାଜାବସା ସେକ୍ସନ ଓ ବିଟର ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତ ମଇ ମାସ ୮ ତାରିଖରେ ଦନ୍ତା ହାତୀ ଆକ୍ରମଣ ଦ୍ୱାରା ୪୫ ବର୍ଷୀୟା କାନ୍ଦ୍ରୀ ମୁର୍ମୁ ଓ ତାଙ୍କର ୮ ବର୍ଷୀୟା ନାତୁଣୀ ମେଘନା ବିନ୍ଧାଣିଙ୍କ ମୃତ୍ୟ ଘଟିଥିଲା। ଏହାକୁ ନେଇ ବନ ବିଭାଗ ତରଫରୁ ହାତୀ ଦ୍ବାରା ମୃତ୍ଯୁ ଜନିତ କ୍ଷତିପୂରଣ ବାବଦରେ ଦୁଇ ଜଣଙ୍କ ପରିବାରକୁ ୪ଲକ୍ଷ ଟଙ୍କା ୮ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଖଡ଼ମବେଡା ସରପଞ୍ଚ ଅମର ସିଂ ଟୁଡୁ,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦନ୍ତା ଆକ୍ରମଣରେ ପ୍ରାଣ ହରାଇଥିବା କାନ୍ଦ୍ରୀଙ୍କ ପୁଅ ଠାକୁର ମୁର୍ମୁ ଓ ମୃତ ନାବାଳିକା ମେଘନାଙ୍କ ମାଆ ଧାନୀ ବିନ୍ଧାଣିଙ୍କୁ ୪ ଲକ୍ଷ ଲେଖାଁଏ ୨ ଗୋଟି ଚେକ ପ୍ରଦାନ କରଯାଇଥିଲା।ବନପାଳ ମନରଞ୍ଜନ ନାଏକ,ବନରକ୍ଷୀ ସନତ କୁମାର ବେହେରା,ରାମଚନ୍ଦ୍ର କାରୁଆ ସମେତ ବନବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ