ହାତୀ ଦାଉ ଚାଷୀ ମୁଣ୍ଡରେ ଚଡକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା ):କଥାରେ ଅଛି ଚାଷୀ ହସିଲେ, ଦେଶ ହସିବ, କିନ୍ତୁ ଯେତେବେଳେ ଚାଷୀ କାନ୍ଦୁଛି ସେ କାହାକୁ କହିବ।ଚାଷୀ ଦିନ ରାତି କଷ୍ଟ ପଡି ଫସଲ ଉତ୍ପାଦନ କରିଥାଏ ଓ ଏଥିରେ ତାର ପରିବାର ପ୍ରତିପୋଷଣ କରେ।କିନ୍ତୁ ପ୍ରକୃତିର ପ୍ରକୋପରେ ସେ ଭାଙ୍ଗି ପଡେ।ଏହି ବର୍ଷ ଅଦିନିଆ ବର୍ଷାରେ ହୋଇଥିବା ଫସଲ ପାଣିରେ ଭାସୁଛି।ଏହି ପରି ସ୍ଥଳେ ଜଙ୍ଗଲୀ ହାତୀ ଧାନ ଖାଇବା ପାଇଁ ଚାଷ ଜମି କୁ ଯାଉଛନ୍ତି।ଯେତିକି ଖାଉଛନ୍ତି ସେତିକି ନଷ୍ଟ କରୁଛନ୍ତି ଓ ସେଥିରେ ପୁଣି ହାତୀ ପଲ ଗ୍ରାମର ଘର ଗୁଡାକ ଭାଙ୍ଗି ଦେଉଛନ୍ତି।ଏହି ପରି ଘଟଣା ପ୍ରତେକ ଦିନ ଦେଖିବାକୁ ମିଳୁଛି ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଞ୍ଚଳରେ।ଗତ ରାତିରେ ମୁଜାଗଡ ପଞ୍ଚାୟତ ର ଗୁଣ୍ଡୁରିବାଡି ଗ୍ରାମରେ ହାତୀ ପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ କିଛି ଘର ଭାଙ୍ଗିଛି।ଗ୍ରାମ ବାସୀଙ୍କ ଦାବି ସତ୍ତ୍ୱେ ଜଙ୍ଗଲ ବିଭାଗ ତରଫରୁ କୌଣସି ସୁରକ୍ଷା କିମ୍ବା ସଚେତନ କରା ଯାଉନାହିଁ ଫଳରେ କେତେବେଳେ କେଉଁ ଜୀଵନ ଚାଲି ଯାଉଛି ତ କେତେବେଳେ କାହା ଘର ଦ୍ୱାର ଭାଙ୍ଗୁଛି।ତେଣୁ ଏଠି ଦେଖିବାର ବାକି ରହିଲା କେବେ ନିଦ ଭାଙ୍ଗିବ ବନ ବିଭାଗର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ