ହାତ କୁଣ୍ଡେଇ ହେବା ଧନପ୍ରାପ୍ତିର ଲକ୍ଷଣ

ସାଧାରଣତଃ କୁହାଯାଏ ହାତ କୁଣ୍ଡେଇ ହେଲେ ଟଙ୍କା ମିଳେ । ଖାଲି ସେତିକି ନୁହେଁ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ବି ଧନପ୍ରାପ୍ତି ହେବ ବୋଲି କୁହାଯାଏ । ସତରେ କ’ଣ ଶରୀରର ଯେକୌଣସି ସ୍ଥାନ କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ? ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ଧନପ୍ରାପ୍ତି ଯୋଗ ନଥାଏ । ତେବେ ଏଥିରେ ଶୁଭ ଓ ଅଶୁଭ ସଙ୍କେତ ଥାଏ । ତାହା ହେଲେ ଜାଣନ୍ତୁ କେବେ ହୁଏ ଧନଲାଭ ।
ହାତ କୁଣ୍ଡେଇ ହେଲେ ଧନ ଆସେ ବୋଲି କୁହାଯାଏ । ତେବେ ଡାହାଣ ହାତ କୁଣ୍ଡେଇ ହେଲେ ଧନ ମିଳେ ।
ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ତାଙ୍କ ଛାତି କୁଣ୍ଡାଉଥିବାର ଦେଖନ୍ତି ତାହା ହେଲେ ପୈତୃକ ଧନପ୍ରାପ୍ତି ହୋଇପାରେ ।
ଯଦି କେହି ସ୍ୱପ୍ନରେ ଆଖି କୁଣ୍ଡେଇ ହେଉଥିବା ଦେଖନ୍ତି ତାହା ହେଲେ କୌଣସି କାମ ଜରିଆରେ ତାଙ୍କ ପାଖକୁ ଅର୍ଥ ଆସେ ।
ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବାବେଳେ ଯଦି ଏକ ଗାଈ ଆପଣଙ୍କୁ ଅତିକ୍ରମ କରେ ତାହା ହେଲେ କେହି ନା କେହି ଆପଣଙ୍କୁ ଟଙ୍କା ଦେଇପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ