ହାରାମଣି କମ୍ପେ୍ଲକ୍ସରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ୭୪ତମ ସ୍ୱାଧୀନତା ଦିବସ ରାଜଧାନୀରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଅତିଥିମାନଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ଏହି ଦିବସକୁ ପାଳନ କରାଯାଇଥିବା ବେଳେ ଖାରବେଳ ନଗରସ୍ଥିତ ହାରାମଣି କମ୍ପେ୍ଲକ୍ସରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ସକାଳ ୯ ଘଟିକା ସମୟରେ କମ୍ପେ୍ଲକ୍ସରେ ଥିବା ବି-ଜୁମ୍ କମୁନିକେଶନ, ସୁଭି କାଫେ, ମେଡ୍ ପ୍ଲସ, ଡ଼ିଭାଇନ୍ ଓ ଜେନିଥି କେୟାରର କର୍ମଚାରୀମାନେ କୋଭିଡ଼୍ ନିୟମ ପାଳନ କରି ପତାକା ଉତ୍ତୋଳନ କରିଥିଲେ । ପରେ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଶେଷରେ କମ୍ପେ୍ଲକ୍ସ ତରଫରୁ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ