ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମାରୋହ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଅଧିକାର ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ କଳିଙ୍ଗ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଏକ ରାଜ୍ୟସ୍ତରୀୟ ହାସ୍ୟବଙ୍ଗ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ଓଡ଼ିଶା କଳା, ସାହିତ୍ୟ, ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଲବିଷୋୟୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଡଃ ରଜନୀକାନ୍ତ ତରାଇଙ୍କ ସଭାପିତ୍ୱରେ ଅନୁଷ୍ଠିତ ପ୍ରାଥମିକ ସଭାରେ ଡ଼ଃ ପାଟ୍ଟଶାଣୀ, ଶ୍ରୀ ମାଲବିଷୋୟୀ, ଓଡ଼ିଆ ମିଡ଼ିଆର ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ପଣ୍ଡା, ଡଃ କୁଳାଙ୍ଗାର, କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ଶ୍ରୀମତୀ ରେଣୁକା ମିଶ୍ର ପ୍ରମୁଖ ସମାଜରେ ହାସ୍ୟ ବ୍ୟଙ୍ଗ ସାହିତ୍ୟର ଗୁରୁତ୍ୱ ଏବଂ ହାସ୍ୟ ବ୍ୟଙ୍ଗ ସାହିତ୍ୟର ପ୍ର•ର ଓ ପ୍ରସାର ଆବଶ୍ୟକତାକୁ ନେଇ ନିଜସ୍ୱ ମତପୋଷଣ କରିଥିଲେ । ଅଧିକାର ଫାଉଣ୍ଡେସନର ସମ୍ପାଦକ ଶ୍ରୀ ଗିରିଶ ରଞ୍ଜନ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ସରିତା ପୃଷ୍ଟି ମଞ୍ଚର ସୁପରି•ଳନା କରିଥିବା ବେଳେ ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ମହାନ୍ତି କଳିଙ୍ଗ ପୁସ୍ତକ ମେଳା ବିଷୟରେ ସମ୍ୟକ ସୂଚନା ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । କବି ଶାରଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତରଫରୁ ହାସ୍ୟ ବ୍ୟଙ୍ଗ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଉକ୍ତ ସଭାରେ ହାସ୍ୟ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଶିଷ୍ଟ ବ୍ୟଙ୍ଗ କବିମାନଙ୍କୁ ‘ବ୍ୟଙ୍ଗୀବୀର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ହାସ୍ୟ ବ୍ୟଙ୍ଗ ସାହିତ୍ୟର ବହୁଳ ପ୍ର•ର ଓ ପ୍ରସାରରେ ସହଯୋଗ କରୁଥିବା କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ବ୍ୟଙ୍ଗ ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠିତ ବ୍ୟଙ୍ଗକବିମାନଙ୍କୁ ନେଇ ‘ହସ ଏକ୍ସପ୍ରେସ୍’ ନାମକ ଏକ ହାସ୍ୟ ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ହସ ଏକ୍ସପ୍ରେସ୍ର ହାସ୍ୟ ବ୍ୟଙ୍ଗ କବିତା ମଞ୍ଚରେ ଶ୍ରୀଯୁକ୍ତ ସତ୍ୟାନାଶ, ଡଃ କୁଳାଙ୍ଗାର, ଶାନ୍ତନୁ ପାଣିଗ୍ରାହୀ, ଡଃ ରମାକାନ୍ତ ମହାପାତ୍ର, କବି ଦୁର୍ବଳିଆ, ଆର୍ତ୍ତତ୍ରାଣ ମିଶ୍ର, କିଶୋର ରଥ, ଗିରିଶ ରଞ୍ଜନ, ନୀଳିମା ସାହୁ ଏବଂ ଶରଦା ମହାପାତ୍ର ପ୍ରମୁଖଙ୍କ କବିତା ଗୁଡ଼ିକ ଉପସ୍ଥିତ ଦର୍ଶକଙ୍କୁ ଏକ ହାସ୍ୟ ରସାତ୍ମକ ପରିବେଶ ମଧ୍ୟରେ ବାନ୍ଧି ରଖିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ