ହିଂଜିଳିକାଟୁରେ ଏନ୍ସେଫାଲାଇଟ୍ସ ଭୟ: ବଜାରରୁ ଲିଚୁ ଗାଏବ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ବଜାରରୁ ହଠାତ୍ ଶୁକ୍ରବାର ଠାରୁ ଲିଚୁକୋଳି ଉଭାନ ହୋଇଯାଇଛି । ପୂର୍ବରୁ ହଂଜିଳିକାଟୁ ପୌରାଂଚଳ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଠେଲାଗାଡ଼ି ସମେତ ବିଭିନ୍ନ ଫଳ ଦୋକାନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଲିଚୁ ବିକ୍ରି ହେଉଥିବା ବେଳେ ଶୁକ୍ରବାର ଦିନ ବଜାରର କୌଣସି ଫଳ ଦୋକାନ କିମ୍ବା ଠେଲା ଗାଡ଼ିରେ ଲିଚୁ ଦେଖିବାକୁ ମିଳିନଥିଲା । ମସ୍ତିସ୍କ ଜ୍ୱର ଭୟ କାରଣରୁ ଲିଚୁ ଉଭାନ ହୋଇଯାଇଥିବା ଆଲୋଚନା ହେଉଛି । ବିହରରେ ଲିଚୁ କୋଳି ଖାଇ ଶତାଧିକ ଶିଶୁ ଏନ୍ସେଫାଲାଇଟ୍ସ (ମସ୍ତିସ୍କ ଜ୍ୱର)ରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିବା ପରେ ବର୍ତମାନ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କାରଣରୁ ଲିଚୁ କୋଳି ବ୍ୟବସାୟରେ ଅଙ୍କୁଶ ଲାଗିଛି । ଓଡ଼ିଶାରେ ବିକ୍ରି ହେଉଥିବା ଲିଚୁ କୋଳିରେ ବିଷାକ୍ତ ପଦାର୍ଥ ଅଛି କି ନାହିଁ ତାହା ଜାଣିବା ପାେଇଁ ମାନ ଯାଂଚ ଲାଗି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେବା ପରେ ଲିଚୁ ବ୍ୟବସାୟ କମିଛି । ହିଂଜିଳିକାଟୁ ବଜାରରେ ମେ’ ମାସରୁ ଲିଚୁ ବିକ୍ରି ଆରମ୍ଭ ହେଉଥିବା ବେଳେ ପ୍ରଥମେ ଏହି ବଜାରକୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକରୁ ଲିଚୁ ଆସିଥିଲା । ଏହାର କିଲୋ ପିଛା ଦର ୧୬୦ ରୁ ୧୪୦ ଟଙ୍କା ରହିଥିବା ବେଳେ ଜୁନ ମାସରେ କୋଲକତା, ବିହାରରୁ ପ୍ରଚୁର ପରିମାଣରେ ଲିଚୁ କୋଳି ହିଂଜିଳିକାଟୁ ବଜାରକୁ ଆସିଥିଲା । ଏହାର ଦର ହ୍ରାସ ପାଇ କିଲୋ ପିଛା ୧୦୦ ଟଙ୍କା ରହିଥିଲା । ସହରର ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ପରିବା ବଜାରରେ ଠେଲା ଗାଡ଼ି ସମେତ ବହୁ ଫଳ ଦୋକାନ ଗୁଡ଼ିକରେ ଲିଚୁ ବିକ୍ରି ହେଉଥିଲା । ବ୍ୟବସାୟୀଙ୍କ କହିବା ଅନୁସାରେ ଗତ ୨ ଦିନ ହେଲା ଲିଚୁ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆମଦାନୀ ବନ୍ଦ ହେବା କାରଣ ସମ୍ପର୍କରେ ବ୍ୟବସାୟୀ ମାନେ ମସ୍ତିସ୍କ ଜ୍ୱର ଯୋଗୁଁ ଲିଚୁ ଆସିନଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ