ହିଂଜିଳିକାଟୁରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ

ହିଂଜିଳିକାଟ (ଶେଷଦେବ ସାହୁ) : ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ମାର୍ଚ୍ଚ ୧୦ ତାରିଖ ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ନିର୍ବାଚନକୁ ସ୍ୱଛ ଓ ନିରପେକ୍ଷ କରିବା ନିମନ୍ତେ ପ୍ରଶାସନ ତତ୍ପର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରପ୍ରଶାସନ ଆଚାର ସଂହିତାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ମାର୍ଚ୍ଚ ୧୧ ତାରିଖ ଠାରୁ ହିଞ୍ଜିଳିକାଟୁ ସହରର ବିଭିନ୍ନ ଛକରେ ଲାଗିଥିବା ନିର୍ବାଚନ ହୋଡ଼ିଂ ବାହାର କରାଯାଇଛି । ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲାଗିଥିବା ନେତା ମାନଙ୍କ ହୋଡ଼ିଂ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ହୋଡ଼ିଂକୁ ମଧ୍ୟ ବାହାର କରାଯାଇଛି । ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁରଙ୍କ ନିର୍ଦେଶକ୍ରମେ ଏକ ସ୍କାର୍ଡ଼ ଟିମ ଗଠନ କରାଯାଇଛି । ଗୋଟିଏ ପଟେ ଗଠନ କରାଯାଇଥିବା ସ୍କାର୍ଡ଼ ଟିମ ସହାୟତାରେ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲଗାଯାଇଥିବା ପ୍ରଚାର ହୋଡ଼ିଂକୁ ବାହାର କରାଯାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ହୋଡ଼ିଂ ଗୁଡ଼ିକୁ ପୁର୍ନବାର ଲଗାଯାଉଛି । ହିଂଜିଳିକାଟୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ସରକାରୀ ଏନ,ସି ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଭାଗରେ ଏକ ବିରାଟକାୟ ବିଜୁ ଜନତା ଦଳର ହୋଡ଼ିଂ ଲାଗିଛି । ଯାହାକି ନିର୍ବାଚନଆଚରଣ ବିଧିର ଖୋଲା ଉଲଙ୍ଘନ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ