ହିଂଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ଛାତ୍ରୀଙ୍କ ଅଭିନବ ପ୍ରୟାସ ଭାରତୀୟ ସେନାଙ୍କୁ ରାକ୍ଷୀ ପଠାଇଲେ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗୁରୁବାର ଦିନ ପବିତ୍ର ୭୩ ତମ ସ୍ୱାଧିନତା ଦିବସ ସହ ପାଳନ ହେବାକୁ ଯାଉଛି ଭାଇ ଭଉଣୀର ପବିତ୍ର ସମ୍ପର୍କର ସେତୁ ରକ୍ଷା ବନ୍ଧନ । ଭାରତ ମାତାକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ପହରୀ ରୂପେ ଦଣ୍ଡାୟମାନ ହୋଇ ନିଜ ଜୀବନକୁ ବାଜି ଲାଗାଇ ଯେଉଁ ଯବାନ ମାନେ ନିଜ  ଜୀବନକୁ ଉତ୍ସର୍୍ଗୀକୃତ କରିଛନ୍ତି ସେହି ଯବାନ ମାନଙ୍କ ଉଦ୍ଦ୍ୟେଶରେ ବୁଧବାର ଦିନ ହିଂଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ଛାତ୍ରୀ ମାନେ ଏକ ପ୍ରକାର ଅଭିନବ ପ୍ରୟାସ କରିଛନ୍ତି । ଭାରତୀୟ ଯବାନ ମାନଙ୍କ ଜୟ ଜୟକାର କରି ସେମାନଙ୍କ ନିକଟକୁ ଭାଇ ଭଉଣୀର ପବିତ୍ର ବନ୍ଧନ ରୂପେ ପରିଚିତ ରାକ୍ଷୀ ପଠାଇ ସମ୍ପର୍କ ସୁଦଢ କରିବା ସହ ସେମାନଙ୍କ ଶୁଭ ମନାସିଛନ୍ତି ।  ବିଶେଷକରି ଜମ୍ମୁ କାଶ୍ମୀର ଓ ଲଦାଖରେ ଭାରତ ମାତାର ସୁରକ୍ଷା ସକାଶେ ନିୟୋଜିତ ହୋଇଥିବା ଯବାନ ମାନଙ୍କୁ  ତାଙ୍କରି ଉତ୍ସର୍୍ଗୀକୃତ ସେବା ପାଇଁ ରାକ୍ଷୀ ପଠାଇବା ସହ ଭାରତ ମାତାର ସୁରକ୍ଷା ସକାଶେ ଅନୁରୋଧ କରିଛନ୍ତି । ଶିବା ପାତ୍ରଙ୍କ ଆୟୋଜିତରେ କାଜଲ ପାଢି, ସନ୍ତେରାଷିନି ବେହେରା, ସୋନାଲି ବେହେରା, କେ. ପୂଜା, ସରସ୍ୱତୀ ବେହେରାଙ୍କ ସମେତ ମହାବିଦ୍ୟାଳୟର ବହୁ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ