ହିଞ୍ଜିଳିକାଟୁରେ କରୋନା ଯୋଦ୍ଧା ସମ୍ମାନିତ
ହିଞ୍ଜିଳିକାଟୁ, (ଓ୍ବାଇଏନଏସ): କୋଭିଡ୍ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। କୋଭିଡରେ ଓଡ଼ିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍। ଓଡ଼ିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା। ଏହା ପଛରେ ରହିଛି ଦିନରାତି ଅହରହ କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା, ଡ଼ିସକଭର ହିଞ୍ଜିଳିକାଟୁ ତରଫରୁ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ କର କମଳରେ ହିଞ୍ଜିଳିକାଟୁର ୪ ଜଣ କରୋନା ଯୋଦ୍ଧୀ ଯଥା ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର , ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ, ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ସମ୍ବର୍ଦ୍ଧିତ କରିବାର ଛୋଟିଆ ପ୍ରୟାସ କରିଛନ୍ତି । ଦକ୍ଷ ପ୍ରଶାସକ ଓ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାରେ ସମଗ୍ର ରାଜ୍ୟରେ ସୁପରିଚିତ। ସାମ୍ପ୍ରତିକ ସମୟରେ ମାନବ ସମାଜ ଉପରେ ମାଡିଆସିଥିବା କରୋନା ରୂପକ ମହାମାରୀକୁ ସଫଳତାର ସହ ମୁକାବିଲା କରିବା ସଙ୍ଗେ ସଙ୍ଗେ ଆମ ଅଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ଭାଇ ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରି ପ୍ରତ୍ୟେକଟି ଅଞ୍ଚଳ ବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି।ଏହିସବୁ କୋଭିଡ୍ ଯୋଦ୍ଧାମାନେ ରାଜ୍ୟର ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସୁରକ୍ଷିତ ରଖିବାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସେମାନେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। ଏହି କାର୍ଯ୍ୟକ୍ରମରେ ରେ ଉପସ୍ଥିତ ଥିଲେ ଡ଼ିସକଭର ହିହିଞ୍ଜଳିକାଟୁର କମିଟି ସଦସ୍ୟ ନୀଳମଣି ପଟ୍ଟନାୟକ, ସଭାପତି,ଦୂତୀକୃଷ୍ଣ ପଣ୍ଡା, ଉପଦେଷ୍ଟା,ପ୍ରମୋଦ କୁମାର ପଣ୍ଡା,ଉପଦେଷ୍ଟା,ମାନସ ରଞ୍ଜନ ପାଢୀ,ଆଇନ ପରାମର୍ଶଦାତା, ରାଜାରାମ ସ୍ବାଇଁ, ସମ୍ପାଦକ,କାହ୍ନୁ ଚରଣ ପଣ୍ଡା , ସଂଯୋଜକ,ପ୍ରଭୂଦତ୍ତ ପାତ୍ର, ସଂଯୋଜକ ।ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ହିଞ୍ଜଳିକାଟୁ ଓକିଲ ସଂଘ ସଭାପତି ଜ୍ଯୋତି ସାବତ, ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ନୋମିନି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଡ଼ିସକଭର ହିଂଜିଳିକାଟୁ ଆଗାମୀ ଦିନରେ ସଫଳ ଭାବରେ ମୁକାବିଲା କରିବା ସହ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ।


