ହିଞ୍ଜିଳିକାଟୁ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରୁ ହଟିଲା କଂଟେନମେଂଟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ପ୍ରତିହିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୨୮ ତାରିଖ ଠାରୁ ପୌରାଂଚଳର ବିଭିନ୍ନ ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ଏବଂ ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧିଭୁକ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । କଂଟେନମେଂଟ ଘୋଷଣା ପରଠାରୁ ପୌରାଂଚଳର ଔଷଧ ଦୋକାନକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଏହାରି ଫଳରେ ଅଂଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଦ୍ୟାରେ ପୌରାଂଚଳର ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରୁ କଂଟେନମେଂଟ ଜୋନରେ କଟକଣାକୁ ପ୍ରତ୍ୟାହାର କରାଯାଇଛି । ଏଥିସହ ପୌରାଂଚଳର ୧୫ଟି ୱାର୍ଡ଼କୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଛି । ପୂର୍ବରୁ କଂଟେନମେଂଟ ଜୋନ ଗୁଡ଼ିକୁ ସଂଯୋଗ କରୁଥିବା ବିଭିନ୍ନ ସାହି ବସ୍ତିକୁ ବାଉଁଶବାଡ଼ ସହାୟତାରେ ବନ୍ଦ କରାଯାଇଛି । ବୁଧବାର ଠାରୁ ୫୯ ନଂ ଜାତୀୟ ରାଜପଥ ତଥା ପୌରାଂଚଳର ଉଭୟ ପ୍ୱାଶ୍ୱର୍ରୁ କଂଟେନମେଂଟ କଟକଣା ପ୍ରତ୍ୟାହାର ପରେ ସଂପୃକ୍ତ ଅଂଚଳ ଗୁଡ଼ିକରେ ବ୍ୟାଙ୍କ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବ୍ୟାରିକେଡ଼ କରାଯିବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରି ବ୍ୟବସାୟ କରିବା ସକାଶେ ପରାମର୍ଶ ଦିଆଯାଇଛି । ପୌରାଂଚଳର ହୋଲସେଲ ପରିବା ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଥିବା ବେଳେ ୩୬ ନଂ ରାଜ୍ୟ ରାଜପଥ ପ୍ୱାଶ୍ୱର୍ରେ ଅବସ୍ଥିତ ଖୁଚୁରା ପରିବା ବଜାର ପରବର୍ତୀ ଆଦେଶ ନମିଳିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଘୋଷଣା କରାଯାଇଛି । ଖୁଚୁରା ପରିବା ବ୍ୟବସାୟୀ ମାନେ ଠେଲାଗାଡ଼ି ସହାୟତାରେ ସାହି ସାହି ବୁଲି ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିପାରିବେ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥି ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଲକଡ଼ାଉନର ସମସ୍ତ ନିୟମ ଓ କଟକଣା ପୁର୍ବପରି ଲାଗୁ ରହିବ ବୋଲି ତହସିଲଦାର ଗୋପିନାଥ କୁଅଁର କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏହାକୁ ଅମାନ୍ୟ କଲେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଏନଫୋର୍ସମେଂଟଟିମ୍ ସହାୟତାରେ ୧ମାସ ପର୍ଯ୍ୟନ୍ତ ସିଲ୍ କରାଯିବା ସହ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ତହସିଲଦାର କୁଅଁର କହିଛନ୍ତି । ପରିସ୍ଥିତିକୂ ଆଖି ଆଗରେ ରଖି ବିନା କାରଣରେ ବାହାରକୁ ନାବାହାିବା ଏବଂ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଓ କରୋନ କଟକଣାର ସମସ୍ତ ନିୟମକୁ ପାଳନ କରିବା ସକାଶେ ଥାନା ଆଇଆଇସି ଅଭିମନ୍ୟୁ ଦାସ, ବିଡ଼ିଓ ପ୍ରସନ କୁମାର ପାତ୍ର ଓ ପୌର ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ