ହିଞ୍ଜିଳିକାଟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ “ମୁକ୍ତା” ଯୋଜନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଏକ ସମୃଦ୍ଧ ଓଡିଶା ଗଠନର ପରିକଳ୍ପନା କୁ ସାକାର କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଧାରାକୁ ଜାରି ରଖିଛନ୍ତି।ସାରା ରାଜ୍ୟରେ ଥିବା ସହର ସମେତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ,୧୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଏକମାତ୍ର ପୌର ପରିଷଦକୁ ମୁକ୍ତା ଯୋଜନାରେ ସାମିଲ କରିଛନ୍ତି।ସହରର ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁକ୍ତା ଯୋଜନାରେ ସାମିଲ ହୋଇଥିବା ଉନ୍ନୟନ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରି କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ,ହିଞ୍ଜିଳିକାଟୁର ବିକାଶ ସହ ଜନ ସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୦ ଟି ପ୍ରକଳ୍ପ ନିମନ୍ତେ ୩ କୋଟି ୩ ଲକ୍ଷ ୬୬ହଜାର ଟଙ୍କାର ଅନୁମୋଦନ ସହ ବ୍ୟୟ ମଞ୍ଜୁର କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ପୋୖରାଞ୍ଚଳ ଜନ ସାଧରଣଙ୍କ ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଏହି ଉପଲକ୍ଷେ ସୋମବାର ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ନଗର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ସଭାପତି ଭୀମସେନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ,ମହିଳା ସଭାନେତ୍ରୀ ବୈଜୟନ୍ତିମାଳା ପଟ୍ଟନାୟକ, ପୂର୍ବତନ ନଗରପାଳ ଶିବରାମ ଗୌଡ଼,ନଗର ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ,ପୂର୍ବତନ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ସମେତ ଅନ୍ୟାନ୍ୟ ନେତୃ ମଣ୍ଡଳୀ ମଞ୍ଚସିନ ଥିଲେ।ସହରବାସୀଙ୍କ ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ରହିଛି ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସହରବାସୀ ଉପକୃତ ହୋଇଥିବା ପ୍ରକାଶ କରିଥିଲେ।ମୁକ୍ତା ଯୋଜନା ବ୍ୟତୀତ ସିଓର ଯୋଜନାରେ ୩ କୋଟି ୬୪ ଲକ୍ଷ ଏବଂ ଡ୍ରେନ ଓ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୮୨ ଟି ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଥିଲେ।ପୂର୍ବତନ ଓକିଲ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର, ସରୋଜ ପଣ୍ଡା,ପୂର୍ଣଚନ୍ଦ୍ର ଗୌଡ଼,ସୁନୀଲ ପଟ୍ଟନାୟକ,ଜିତୁ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ