ହିଞ୍ଜିଳିକାଟୁ ପୌରାଂଚଳର ୫ଟି ୱାର୍ଡ଼ରେ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ର‌୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ପୌରାଂଚଳର ୧୧, ୧୩, ୧୪, ୧୫ ଓ ୧୯ନଂ ୱାର୍ଡ଼ରେ ପରିମଳ ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶଙ୍କ ତତ୍ୱାବଧାନରେ ୧୧ନଂ ୱାର୍ଡ଼ ଜଗନ୍ନାଥ ମାର୍ଗ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାର୍ଯ୍ୟ ନିସର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ଏଥି ପୂର୍ବରୁ ପୌର କାର୍ଯ୍ୟାଳୟ ଠାରୁ ପ୍ଳକାର୍ଡ଼ ଓ ସ୍ଳୋଗାନ ଦେଇ ସଂପୃକ୍ତ ୱାର୍ଡ଼ ଗୁଡ଼ିକରେ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ନୃତ୍ୟ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଙ୍ଗୀତ ଗାନ କରାଯାଇଥିଲା । ବାହ୍ୟ ମଳତ୍ୟାଗକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଓ ଘରର ଅଳିଆ ଆର୍ବଜନାକୁ ବାହାରେ ନଫୋପାଡ଼ି ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଜମା ଦେବା ପାଇଁ ସଚେତନ କରାଯାଇଥିଲା । କେବଳ ସଚେତନତା ମାଧ୍ୟମରେ ନୁହେଁ ବରଂ ମା’ ମାନଙ୍କର ଭୂମିକା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଥିଲେ । ଥାନା ଆଇଆଇସି ସଂପୃକ୍ତ ଗ୍ରାମବାସୀ ସ୍ୱଚ୍ଛତା ପ୍ରତି ବେଶ ସଚେତନ ଏବଂ ଗ୍ରାମ୍ୟ ରାସ୍ତାକୁ ବେଶ ସଫା ସୁତୁରା ରଖିବା ଦିଗରେ ବେଶ ଯତ୍ନଶୀଳ ରହିଛନ୍ତି, କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଥିବା ଏହି ପୌର ପରିଷଦକୁ ୧ନମ୍ବର କରିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓ ସଫେଇ ଦିଦି ଓ କର୍ମଚାରୀ ମାନଙ୍କ ଉତମ ସମ୍ବନୟରେ ହିଁ ସମ୍ଭବ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ପର୍ଶୁରାମ ସାହୁ, ନିରଞ୍ଜନ ସାହୁ, ପୁରୁଷୋତମ ସାହୁ, ମାନସ ରଂଜନ ବେହେରା, ଦିଲ୍ଲିପ ବୈଠାରୁ, ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା, ସଂପୃକ୍ତ ୱାର୍ଡ଼ର ସ୍ୱଚ୍ଛ ସାଥୀ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅଶ୍ୱିନି ନାୟକ, ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ,ସୁବାଷ ପଟ୍ଟନାୟକ, କିରଣ ନାହାକ, ଇ.କିଶାନ କୁମାର ପାତ୍ର, ସାନିଟାଇଜର ଏକ୍ସପୋର୍ଟ ଅଭିଜିତ ପୁରୋହିତ, ଛବି ପଣ୍ଡା, ସନ୍ଧ୍ୟାରାଣୀ ପଟ୍ଟନାୟକ, ରବନ୍ଦ୍ରି ନାହାକ, ଲାଲ ମୋହନ ସେଠି, ଏ .ମୋହନ ରାଓ ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ