ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ  ରେଗିଡି ଦଳ ୧୯ ରନରେ ବିଜୟୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ମଣିଙ୍ଗ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ବୁଧବାର ଦିବାରାତ୍ର ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ନିଶିକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗଦେଇ ରିବନ୍ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଥାନା ଆଇଆଇସି ଶ୍ରୀନିବାସ ସେଠି, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ବିଜେପି ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ମାଧବ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ, ରେଗିଡି ଓ; ଭାସ୍କର ଏକାଦଶ କ୍ରିକେଟ କ୍ଳବ ଧର୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।‌ ଟସ୍ ଜିତି ରେଗିଡି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ଓ୍ବିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲେ। ଜବାବରେ ବିପକ୍ଷ ଧର୍ମପୁର ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୧୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ରେଗିଡି ଦଳ ୧୯ ରନରେ ବିଜୟ ଲାଭ କରିଥିଲା। ଦଳ ପକ୍ଷରୁ ରଶ୍ମି ଧୁଆଁଧାର ୪୩ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଆମ୍ପାୟର ଭାବେ ଆଲୋକ ପାତ୍ର ଓ ଅମୁଲ୍ୟ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ସାଗର ପୃଷ୍ଟି ଓ କାହ୍ନା ସାବତ ସ୍କୋରର ଥିବା ବେଳେ ରାଜା ସାମଲ ଧାରା ବିବରଣୀ ପ୍ରଦାନ କରିଥିଲେ। ଚନ୍ଦ୍ରଶେଖର ସାହୁ, ସିମାଞ୍ଚଳ ସାହୁ, ଅଶ୍ବିନୀ ମହାରଣା, କାଳୁ ଚରଣ, ଆଦିତ୍ୟ ସାହୁଙ୍କ ସମେତ ଆୟୋଜକ ମଣିଙ୍ଗ କ୍ରିକେଟ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ।

ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ