ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ହେଲା ଵିଶୋଧିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନାର ଦ୍ୱିତୀୟ ଲହରୀ ସାରା ରାଜ୍ୟ ସମେତ ଗଂଜାମ ଜିଲ୍ଲାରେ ମଧ୍ୟ ପ୍ରଭାବ ଦେଖାଇବା ଆରମ୍ଭ କରିଛି । ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ୫୦ ପାର ହୋଇଛି । ସମସ୍ତ ଜନ ସାଧାରଣଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ସହ ସମସ୍ତେ ସଚେତନ ରହିବେ ତେବେ କୋଭିଡ଼୍‌-୧ ଭଳି କୋଭିଡ଼୍‌-୨କୁ ମଧ୍ୟ ରୋକିବାରେ ସଫଳ ହେବ ।ଏହାର ମୁକାବିଲା ନିମନ୍ତେ ଗୁରୁବାର ଦିନ ହିଞ୍ଜିଳିକାଟୂ ପୌରପ୍ରଶାସନ ତରଫରୁ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର ସହାୟତାରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ କୂ ବିଶୋଧିତ କରାଯାଇଅଛି। ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ଗୈାତମ କୁମାର ସାହୁଙ୍କ ତତ୍ବାବଧାନରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସ୍ଥାନୀୟ ବସ୍ ଟର୍ମିନାଲ ପରିସରକୁ ବିଶୋଧିତ କରିଥିଲେ । ଆଗାମୀ ଦିନରେ ହିଞ୍ଜିଳିକାଟୁ ପୈାରାଞ୍ଚଳର ସମସ୍ତ ଓ୍ବାର୍ଡ ଓ ସହରର ସମସ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଓ ସର୍ବସାଧାରଣ ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ