ହିଞ୍ଜିଳିକାଟୁ ବ୍ଲକ ୬୮ ନଂ ଜୋନ୍ ରେ ବିଜୟ ମୁକୁଟ ପିନ୍ଧିଲେ ବିଜେଡି ପ୍ରାର୍ଥୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରବିବାର ୬୮ନଂ ଜୋନ ଅଧିନସ୍ଥ ୭ଟି ପଞ୍ଚାୟତ ଯଥା ଶିକିରି, ଶାସନ ଆମ୍ବଗାଁ, ରାଳବ, ନନ୍ଦିକ, ଦାରୁଭାଦ୍ରା, ଚାନ୍ଦୁଲି, ଖରିଡା ଆଦି ପଞ୍ଚାୟତରୁ ଭୋଟ ଗଣତି ପକ୍ରିୟା ସକାଳ୮ଟା ଠାରୁ ଆରମ୍ଭ ହୋଇଛି । ୬୮ ନଂ ଜୋନ ଜିଲ୍ଲା ପରିଷଦ ଆସନ ସକାଶେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଆମ ,ବିଜେଡି ପ୍ରାର୍ଥୀ ଏଳା ସୁଦର୍ଶନ ୧୪ ହଜାର ୧୩୧ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପି ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀଙ୍କ ଠାରୁ ୯ ହଜାର ୫୭୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ସ୍ୱାଇଁ ୧୬୧୨ ଓ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଆଦିତ୍ୟ ନାରାୟଣ ରଥ ୧୮୫ଟି ଭୋଟ ପାଇଛନ୍ତି । ୯୨୯ଟି ଭୋଟ ନାକଚ ହୋଇଛି । ପ୍ରକାଶିତ ଫଳାଫଳ ଅନୁସାରେ ବିଜେଡି ପ୍ରାର୍ଥୀ ଏଳା ସୁଦର୍ଶନ , ବିଜେପି ପ୍ରାର୍ଥ ରଜନୀ କାନ୍ତ ପାଢ଼ୀଙ୍କ ଠାରୁ ୯ ହଜାର ୫୭୪ ଅଧିକା ଭୋଟ ପାଇ ବିଜୟ ମୁକୁଟ ହାସଲ କରିଛନ୍ତି ବୋଲି ବ୍ଳକ ପ୍ରଶାସନ ସୁତ୍ରରୁ ଜଣାପଡିଛି । ତୃତୀୟ ସ୍ଥାନରେ କଂଗ୍ରେସ ଓ ଚତୁର୍ଥ ସ୍ଥାନରେ ଏଏପି ପ୍ରାର୍ଥୀନୀ ରହିଥିବା ଜଣାପଡିଛି । ଶିକିରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁରେଶ ବରଡ ୧୬୪୪ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ମଞ୍ଜୁଳା କୁମାରୀ ପ୍ରଧାନଙ୍କ ଠାରୁ ୧୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ୱନ୍ଦି ନିରଞ୍ଜନ ସ୍ୱାଇଁ ୮ ଓ ମଞ୍ଜୁଳା କୁମାରୀ ପ୍ରଧାନ ୪୮୦ ଭୋଟ ହାତେଇଥିବା ସୂଚନା ମିଳିଛି । ୧୧୨ଟି ଭୋଟ ନାକଚ ହୋଇଛି । ସେହିପରି ସମିତିମେମ୍ବର ପଦବୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଶାସନ ଆମ୍ବଗାଁ ପଞ୍ଚାୟତର ସରପଞ୍ଚ ପଦବି ସକାଶେ ଦନାର୍ଦ୍ଦନ ସେଠୀ ୧୮୧୪ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ସ୍ୱପ୍ନା ସେଠୀଙ୍କ ଠାରୁ ୭୩୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୧୮୭ଟି ଭୋଟ ନାକଚ ହୋଇଛି । ସେହିପରି ସମିତିମେମ୍ବର ପ୍ରାର୍ଥୀନୀ ପ୍ରମିଳା ପାଣିଗ୍ରାହୀ ୧୮୧୦ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ସଙ୍ଗିତା ସାବତଙ୍କ ଠାରୁ ୭୯୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ବନ୍ଦି ପ୍ରତିମା ରାଉଳ ୫୧ ଭୋଟ ପାଇଥିବା ଜଣାପଡିଛି । ୧୯୯ଟି ଭୋଟ ନାକଚ ହୋଇଛି । ରାଳବ ପଞ୍ଚାୟତର ସରପଞ୍ଚ ପଦବି ସକାଶେ ରଶ୍ମିତା ପୋଲେଇ ୨୪୪୫ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ କାଜଳ ଖଟାଇଙ୍କ ଠାରୁ ୬୦୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୯୮ଟି ଭୋଟ ନାକଚ ହୋଇଛି । ସେହିପରି ସମିତିମେମ୍ବର ପ୍ରାର୍ଥୀନୀ ରୀନା ପୋଲେଇ ୨୪୯୨ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ରେସ୍ମା ପୋଲେଇଙ୍କ ଠାରୁ ୭୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୧୬୨ଟି ଭୋଟ ନାକଚ ହୋଇଛି । ନନ୍ଦିକ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଭଉଳ ୧୨୦୩ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ପ୍ରବୀଣ କୁମାର ପାଣିଗ୍ରାହୀଙ୍କ ଠାରୁ ୩୫୭ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ୧୦୪ଟି ଭୋଟ ନାକଚ ହୋଇଛି । ଶୈଳେନ୍ଦ୍ରୀ ପରିଡା ୧୦୮୦ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ଶର୍ମିଷ୍ଠା ବେହେରାଙ୍କ ଠାରୁ ୧୭୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୧୬୫ଟି ଭୋଟ ନାକଚ ହୋଇଛି । ଦାରୁଭାଦ୍ରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିକାଶ ସେଠୀ ୧୫୪୬ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ମୁନା ନାହାକଙ୍କ ଠାରୁ ୫୧୦ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ୱନ୍ଦି ରବୀନ୍ଦ୍ର ସେଠୀ ୪୦୯ ଖଣ୍ଡ ଭୋଟ ପାଇଛନ୍ତି । ୧୭୧ଟି ଭୋଟ ନାକଚ ହୋଇଛି । ସମିତି ସଭ୍ୟ ପ୍ରାର୍ଥୀନୀ ପିଙ୍କି ବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି।ଚାନ୍ଦୁଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଅନିତା ସାହୁ ୧୧୬୩ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ରଶ୍ମିତା ଗୌଡ଼ଙ୍କ ଠାରୁ ୩୧୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୧୨୭ଟି ଭୋଟ ନାକଚ ହୋଇଛି । ସେହିପରି ସମିତିମେମ୍ବର ପ୍ରାର୍ଥୀ ସନ୍ତୋଷ କୁମାର ସାହୁ ୯୬୫ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ଗଉଡଙ୍କ ଠାରୁ ୧୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ୱନ୍ଦିତା କରିଥୁବା ଅକ୍ରୁର ପାତ୍ର ୧୦୨, ଅରୁଣ କୁମାର ପାଣିଗ୍ରାହୀ ୧୦୫ ଓ ଲକ୍ଷ୍ମଣ ଗୌଡ଼ ୬୪ ଖଣ୍ଡ ଭୋଟ ହାତେଇଛନ୍ତି । ୧୧୯ ଟି ଭୋଟ ନାକଚ ହୋଇଛି।ଖରିଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାର୍ବତୀ ଗୌଡ଼ ୧୪୫୬ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ସନ୍ଧ୍ୟା ରାଣୀ ବେହେରାଙ୍କ ଠାରୁ ୭୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ବନ୍ଦିତା କରିଥିବା ଗୁରୁବାରି ପରିଡ଼ା ୧୩, ଛଚଳା ପ୍ରଧାନ ୧୨, ନିଳେନ୍ଦ୍ରୀ ବେହେରା ୧୦୮, ବନିତା ସାହୁ ୧୯୭, ସଜନୀ ପାଢ଼ୀ ୨୭, ଓ ସୁଲୋଚନା ସାବତ ୮୮ ଖଣ୍ଡ ଭୋଟ ପାଇଛନ୍ତି। ୧୩୯ଟି ଭୋଟ ନାକଚ ହୋଇଛି । ସେହିପରି ସମିତି ସଭ୍ୟ ପ୍ରାର୍ଥୀନୀ ଟୁନା ଦଳାଇ ୧୧୭୮ଟି ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ରାଣୀ ପ୍ରଧାନଙ୍କ ଠାରୁ ୩୪୨ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ୱନ୍ଦିତା କରିଥିବା କୁନି ବିଷୋୟୀ ୪୬୧ ଓ ବିଷ୍ଣୁ ମହାରଣା ୧୫୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ୧୬୬ଟି ଭୋଟ ନାକଚ ହୋଇଛି । ପ୍ରକାଶ ଥାଉକି, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କାଟୁ ବ୍ଲକରେ ଗତ ୧୬ତାରିଖରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବ୍ଲକର ସମୁଦାୟ୯୮,୨୨୪ ଭୋଟରଙ୍କ ମଧ୍ୟରୁ ୬୨,୮୬୦ ଜଣ ଭୋଟର ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି।ସୋମବାର ୬୯ ଜୋନ ଜିଲ୍ଲା ପରିଷଦ ଆସନ ସମେତ ସମ୍ପୃକ୍ତ ଜୋନ ଅଧିନସ୍ଥ ୮ ଟି ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବରଙ୍କ ଭାଗ୍ୟ ପେଢ଼ି ଖୋଲିବ ।