ହିଞ୍ଜିଳିରେ ପହଞ୍ଚିଲେ ୭୨ ପ୍ରବାସୀ ଓଡ଼ିଆ, ପ୍ରଶାସନ ତତ୍ପର
ହିଞ୍ଜିଳିକାଟୁ,( ୱାଇଏନ୍ଏସ୍): ଗୁଜରାଟର ସୁରତରେ ଫସି ରହିଥିବା ୫୭ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ଖରାପ ହୋଇଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ ସହଯୋଗରେ ଉକ୍ତ ଯାତ୍ରୀବାହୀ ବସରୁ ୧୮ଜଣ ପ୍ରବାସୀଙ୍କୁ ଶନିବାର ସନ୍ଧ୍ୟାରେ ହିଞ୍ଜିଳି ପଠାଇବା ବ୍ୟବସ୍ଥା ହୋଇଥିଲା।ଆଗୁଆ ଖବର ପାଇ ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌର ପରିଷଦ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଡାକ୍ତରୀ ଦଳ ପ୍ରମୁଖ ଉପସ୍ଥିତ ରହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରେ ସେମାନଙ୍କ ଥର୍ମାଲ ସ୍କ୍ରିଙ୍ଗ କରାଯାଇଥିଲା।ପରେ ସେମାନଙ୍କୁ ହିଞ୍ଜିଳି ସ୍ଥିତ ନେତାଜୀ କଲ୍ୟାଣ ମଣ୍ଡପ ର ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି।ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ ଠାରେ ତାପମାତ୍ରା ଲକ୍ଷଣ ଜଣା ପଡ଼ିଛି।ସେହିପରି ବ୍ଲକର ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ଠାରେ ପ୍ରାୟ ରାତ୍ର ବେଳେ ୧୦ ଅନ୍ୟ ଏକ ବସ ଯୋଗେ ଆସିଥିବା ୫୪ଜଣ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସମସ୍ତଙ୍କୁ ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଛି।ଏସବୁ ପ୍ରବାସୀ ଓଡିଆମାନେ ପୋଲସରା ବ୍ଲକର ୫ ଜଣ, ବେଲଗୁଣ୍ଠା ବ୍ଲକ ର ୫ଜଣ ,ପୁରୁଷୋତ୍ତମ ପୁର ବ୍ଲକର ୯ଜଣ, ଶେରଗଡ଼ ବ୍ଲକର ୧୯ ଜଣ, କବିସୂର୍ୟ୍ୟ ନଗର ବ୍ଲକର ୭ଜଣ, ହିଞ୍ଜି ଳି ବ୍ଲକର ୩ଜଣ, ଜଗନ୍ନାଥ ପ୍ରସାଦ ବ୍ଲକର ଜଣ୯,ବୁଗୁଡା ବ୍ଲକର ୫ଜଣ, ଖଲ୍ଲିକୋଟ ବ୍ଲକର ୨ଜଣ, ବେଗୁନିଆ ପଡା ବ୍ଲକର୪ଜଣ, ଧରାକୋଟ ବ୍ଲକ ର ୨ ଜଣ, ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ପ୍ରବାସୀ ଥିବା ଜଣାପଡିଛି। ସେମାନଙ୍କ ସ୍ୱାବ ପରୀକ୍ଷା କରି ୧୪ଦିନ ପାଇଁ କ୍ୱାରେଣ୍ଟ।ଇନ ରେ ରଖା ଯିବ ବୋଲି ଜଣାପଡିଛି।ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।