ହିଟାଚି ମାଡରେ ଡ୍ରାଇଭର ମୃତ୍ୟୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ଏକ ପୋଖରୀ କାମ ଚାଲିଥିଲା । ହିଟାଚିଟି ମାଟି ବାହାର କରୁଥିବା ବେଳେ ହଠାତ୍ ହିଟାଚି ଶୁଣ୍ଢ ମାଡରେ ସେହି ହିଟାଚିର ଡ୍ରାଇଭରର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଶେରଗଡ ଗ୍ରାମରେ ଏହି ଡ୍ରାଇଭରଙ୍କ ଘର । ତାଙ୍କ ନାମ କାହ୍ନୁଚରଣ ଗୌଡ ବୋଲି ଜଣାପଡିଛି । ମହେନ୍ଦ୍ରଗଡ ଜଳସେଚନ ପ୍ରକଳ୍ପ ଅଧିନରେ ଏହି ପୋଖରୀ କାର୍ଯ୍ୟ ଚାଲିଥିଲା । ହିଟାଚି ଡ୍ରାଇଭର କିଛି ସମୟ ପାଇଁ ତଳକୁ ଓହ୍ଲାଇଥିଲେ । ଏହି ସମୟରେ ହେଲପର ପବିତ୍ର ଗୌଡ ଗାଡି ଚଲାଇ ମାଟି ଖୋଳୁଥିଲେ । ତାଙ୍କର ସେତେଟା ଅଭିଜ୍ଞତା ନ ଥିବାରୁ ପୋଖରୀରୁ ମାଟି ଉଠାଉ ଥିବା ବେଳେ ହିଟାଚିର ଶୁଣ୍ଢ ହଠାତ୍ କାହ୍ନୁଙ୍କ ମୁଣ୍ଡରେ ବାଜିଥିଲା । ପ୍ରବଳ ରକ୍ତ ସ୍ରାବ ସମୟରେ ଚନ୍ଦ୍ରଗିରି ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୋହନା ଥାନାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ଥିବା ବେଳେ ଶବ ବ୍ୟବତ୍ସେଦ ପାଇଁ ଶବକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ